ଗୋପୀନାଥ ଗଜପତି ପୁଣି ଆଇସିୟୁରେ

ପାରଳାଖେମୁଣ୍ଡି : ପାରଳା ରାଜପ୍ରାସାଦର ମୁଖ୍ୟ ତଥା ପୂର୍ବତନ ସାଂସଦ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ି ଯାଇଛି। ଏଣୁ, ଭୁବନେଶ୍ୱର ଆପୋଲୋ ହସ୍‌ପିଟାଲ୍‌ର ସାଧାରଣ ଓ୍ଵାର୍ଡ଼ରୁ ତାଙ୍କୁ ଆଜି ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ଗତ ଦୁଇଦିନ ହେଲା ରାଜ କୁମାରୀ କଲ୍ୟାଣୀ ଦେବୀ ପାରଳାଖେମୁଣ୍ଡିରେ ଥିଲେ। ଆଜି ବାପାଙ୍କ ସ୍ୱାସ୍ଥ୍ୟ ସଂକଟାପନ୍ନ ଖବର ପାଇବା ମାତ୍ରେ ତୁରନ୍ତ ସେ ନିଜର ସବୁ କାର୍ଯ୍ୟକ୍ରମ ବାତିଲ କରି ଭୁବନେଶ୍ୱର ଫେରି ଯାଇଛନ୍ତି। ଗୋପୀନାଥ ଗଜପତି ଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଭୋଗୁଛନ୍ତି। ଗତବର୍ଷ ଅଗଷ୍ଟରେ ଦୁର୍ବଳ ସ୍ୱାସ୍ଥ୍ୟ, ରକ୍ତହୀନତା ସମସ୍ୟାରେ ପୀଡ଼ିତ ଗୋପୀନାଥ ଗଜପତିଙ୍କୁ ଚେନ୍ନାଇ ଆପୋଲ ହସ୍‌ପିଟାଲ୍‌ରେ ଭର୍ତ୍ତି କରା ଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଭୁବନେଶ୍ୱର ଆପୋଲୋକୁ ସ୍ଥଶନାନ୍ତର କରା ଯାଇଥିଲା।

ସମ୍ବନ୍ଧିତ ଖବର