କ୍ଷୀରଚୋରା ଗୋପୀନାଥ ଜିଉଙ୍କ ସର୍ବାଙ୍ଗେ ଚନ୍ଦନ ବେଶ

ରେମୁଣା: ପବିତ୍ର ଅକ୍ଷୟ ତୃତୀୟାରେ ରେମୁଣା କ୍ଷୀରଚୋରା ଗୋପୀନାଥ ଜୀଉଙ୍କ ସହ ଶ୍ରୀଶ୍ରୀ ଗୋବିନ୍ଦ ଜିଉ ଓ ଶ୍ରୀଶ୍ରୀ ମଦନମୋହନ ଜିଉଙ୍କ ସର୍ବାଙ୍ଗେ ଚନ୍ଦନ ବେଶ କରାଯାଇଥିଲା। ସକାଳଠୁ ରାତି ୮ଟା ପର୍ଯ୍ୟନ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଏହି ବେଶକୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ସନ୍ଧ୍ୟା ଆଳତି ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦହିପଖାଳ ପ୍ରସାଦ ବଣ୍ଟନ କରାଯାଇଥିଲା।

ନିର୍ବାହୀ ଅଧିକାରୀ ସରୋଜ କୁମାର ବେହେରାଙ୍କ ତତ୍ତ୍ବ‌ାବଧାନରେ ଶାନ୍ତିଶୃଙ୍ଖଳାର ସହ ଅକ୍ଷୟ ତୃତୀୟା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ସମ୍ବନ୍ଧିତ ଖବର