କପ୍ତିପଦା: କପ୍ତିପଦା ନୁଦଡିହା ସ୍ଥିତ ନୂଆଗାଁ ପଡ଼ିଆରେ ମେଘାସନ ଯୁବକ ସଂଘ ଆନୁକୂଲ୍ୟରେ ସର୍ବଭାରତୀୟ ଗୋପୀନାଥ ସ୍ମାରକୀ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଟିମ୍ ହରିୟାନା ସ୍ପାଇକର୍, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ବାରାଣାସୀ, ରାଇଜିଂ ରାଉରକେଲା, ସୂର୍ଯ୍ୟଶିଖା ଭଦ୍ରକ, ସ୍ପୋର୍ଟସ୍ କ୍ଲବ ବାଲେଶ୍ବର ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚ୍ ସୂର୍ଯ୍ୟଶିଖା ଭଦ୍ରକ ଓ ହରିୟାନା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ହରିୟାନା ଟିମ୍ ଚାମ୍ପିଅନ୍ ହୋଇଥିଲା।
ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅବନୀ ମହାନ୍ତି ଯୋଗ ଦେଇ ଉଭୟ ଚାମ୍ପିଅନ୍ ଓ ରନର୍ସଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଶିକ୍ଷାବିତ୍ ଗଣନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ନାରାୟଣ ମାରାଣ୍ଡି, ପୂର୍ବତନ କ୍ରୀଡ଼ା ଶିକ୍ଷକ ଗୌରଚନ୍ଦ୍ର ଦାସ, ସମାଜସେବୀ ସର୍ବେଶ୍ବର ରାଉତ, ମେଘାସନ କ୍ଲବର ସଭାପତି ଚନ୍ଦ୍ରଶେଖର ପରିଡ଼ା, ସଂପାଦକ କାର୍ତ୍ତିକଚନ୍ଦ୍ର ମହାନ୍ତ, ସୂର୍ଯ୍ୟନାରାୟଣ ସେଠୀ, ନିରାକାର ମହାନ୍ତି, ଦୀପ୍ତିକାନ୍ତ ଘଡ଼େଇଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରେଷ୍ଠ ଖେଳାଳି ଭାବେ ହରିୟାନା ଟିମ୍ର ଶ୍ରୀୟାଂଶୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।