ଗୋରୁମହିଷାଣୀ-ବାଙ୍ଗିରିପୋଷି ଓ ବାଦାମପାହାଡ-କେନ୍ଦୁଝର ନୂତନ ରେଳଲାଇନ ଚୂଡାନ୍ତ ସର୍ଭେ, ୩.୫୫ କୋଟି ମଞ୍ଜୁର

ରାଇରଙ୍ଗପୁର: କେନ୍ଦ୍ର ସରକାରଙ୍କ ରେଳବାଇ ମନ୍ତ୍ରଣାଳୟର ରେଲୱେ ବୋର୍ଡ ପକ୍ଷରୁ ଓଡ଼ିଶାର ବାଙ୍ଗିରିପୋଷି-ଗୋରୁମହିଷାଣୀ(୬୨ କି.ମି) ଓ ବାଦାମପାହାଡ-କେନ୍ଦୁଝର(୮୦ କି.ମି) ରେଳଲାଇନ ପ୍ରତିଷ୍ଠା ସକାଶେ ଚୂଡାନ୍ତ ସର୍ବେକ୍ଷଣ ନିମନ୍ତେ କଲକତାସ୍ଥ ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇ ଜେନେରାଲ ମ୍ୟାନେଜରଙ୍କୁ ପଦକ୍ଷେପ ନେବା ସକାଶେ ଗତ ୧୧ ତାରିଖରେ ଲିଖତ ଭାବେ ସୂଚନା ଦିଆଯାଇଥିବା ଜଣାଯାଇଛି। ଏହି ସର୍ବେକ୍ଷଣ ନିମନ୍ତେ ବାଙ୍ଗିରିପୋଷି- ଗୋରୁମହିଷାଣୀ ପାଇଁ ୧୫୫ କୋଟି ଟଙ୍କା ଏବଂ ବାଦାମପାହାଡ-କେନ୍ଦୁଝର ପାଇଁ ୨ କୋଟି ଟଙ୍କା ରେଳବାଇ ମନ୍ତ୍ରଣାଳୟର ଅର୍ଥ ବିଭାଗ ନିର୍ଦେଶକଙ୍କ ସମ୍ମତିକ୍ରମେ ମଞ୍ଜୁରୀ ହୋଇଥିବା ଉଲ୍ଲେଖ କରାଯାଇଛି। ଏଥିନେଇ ମୟୂରଭଞ୍ଜ ଓ କେନ୍ଦୁଝର ଜିଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ଉପରୋକ୍ତ ଏହି ପ୍ରସ୍ତାବିତ ଦୁଇଟି ଲାଇନ ବ୍ୟତୀତ ରାଉରକେଲା-ବାମରା ଚତୁର୍ଥ ରେଳଲାଇନ(ଟାଟା-ଝାରସୁଗଡ଼ା ଚତୁର୍ଥ ରେଳଲାଇନର ଅଂଶବିଶେଷ) ୬୪.୬୬ କିଲୋମିଟର ପାଇଁ ୧୨୯, ୩୨ ଲକ୍ଷ ଟଙ୍କା ଏବଂ ତାଳଗଡ଼ିଆ-ମହୁଦା (ଦୋହରୀକରଣ) ୧୧ କିଲୋମିଟର ପାଇଁ ୨୨ ଲକ୍ଷ ଟଙ୍କା ମଧ୍ୟ ସର୍ବେକ୍ଷଣ ନିମନ୍ତେ ମଞ୍ଜୁର କରାଯାଇଥିବା ନେଇଏହି ୧୧ ତାରିଖର ଚିଠିରେ ରେଳବାଇ ବୋର୍ଡ ପକ୍ଷରୁ ଦର୍ଶାଯାଇଛି । ତେବେ ଦ୍ରୌପଦୀ ମୂର୍ମୁ ରାଷ୍ଟ୍ରପତି ହେବା ପରେ ରେଳର ଉନ୍ନତି କରଣ ହେଉଥିବା ଚର୍ଚ୍ଚା ହେଉଛି ।
ସମ୍ବନ୍ଧିତ ଖବର