ଭୁବନେଶ୍ବର : ଭିନ୍ନକ୍ଷମ କମିସନର ସୁଲୋଚନା ଦାସଙ୍କ ଇସ୍ତଫା ପତ୍ରକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ଏହାସହ ନୂତନ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଏସ୍ଏସ୍ଇପିଡି ବିଭାଗର ନିର୍ଦ୍ଦେଶକଙ୍କୁ ଭିନ୍ନକ୍ଷମ କମିସନର ଦାୟିତ୍ବ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଚଳିତ ପୌର ନିର୍ବାଚନରେ ସୁଲୋଚନା ଦାସ ଭୁବନେଶ୍ବର ମହାନଗର ନିଗମର ମେୟର ପଦବି ପାଇଁ ବିଜେଡି ପ୍ରାର୍ଥୀ ହେବା ପରେ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ଗତ ୬ତାରିଖରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏହାକୁ ୭ତାରିଖରେ ଗ୍ରହଣ କରାଯାଇଛି ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/sulochana-das.jpg)