ଉଇ ଖାଇଦେଲେ ସରକାରୀ ବହି

ସାଲେଭଟା/ଲୋଇସିଂହା: ପିଲାମାନେ ସ୍କୁଲରେ ବହି ନପାଇ ହଇରାଣ ହେଉଛନ୍ତି। ଅନ୍ୟପକ୍ଷରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ପରିସରରେ ଥିବା ବ୍ଲକ କଲୋନି ସରକାରୀ ପ୍ରାଥମିକ ସ୍କୁଲ ସାମନାରେ ଶହ ଶହ ସରକାରୀ ବହିକୁ ଫିଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଛି। କିଛି ଲୋକ ଏହି ବହିକୁ ବସ୍ତାରେ ପୂରାଇ କବାଡ଼ିକୁ ନେବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ସ୍କୁଲ ବନ୍ଦ ଥିବାରୁ କାହାରିକୁ ଯୋଗାଯୋଗ କରାଯାଇ ପାରିନାହିଁ। ଏତେ ସଂଖ୍ୟକ ବହି ଉଇ ଖାଇଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର