ଜୟପୁର: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ସରକାରୀ କାର୍ଯ୍ୟକ୍ରମ ପାଇଁ ଯାଇ ଫେରୁଥିବା ଜୟପୁର ଓଏସଆରଟିସି ଜୋନ୍ର ଅଲଟ୍ରା ବସ ଭାରସାମ୍ୟ ହରାଇ ଜୟପୁର ସଦରଥାନା ଅର୍ନ୍ତଗତ ରଣ୍ଡାପାଲ୍ଲୀ ନିକଟରେ ଏନଏଚ୍ ପାର୍ଶ୍ବରେ ଥିବା ଦୋକାନ ମଧ୍ୟକୁ ପଶିଯାଇଥିଲା। ତେବେ ସକାଳ ୬ଟା ବେଳେ ଘଟଣା ଘଟିଥିବାରୁ ଏବଂ ଦୋକାନୀ ଜଣକ ଦୋକାନ ଖୋଲି ନଥିବାରୁ ବଡଧରଣର ଅଘଟଣରୁ ଲୋକେ ବର୍ତ୍ତି ଯାଇଛନ୍ତି।
/sambad/media/post_attachments/wp-content/uploads/2023/11/jpr-bus-accident-1-1024x458.jpg)
ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲାରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଜୟପୁର ଡିଭିଜନରୁ ୪୫ଟି ସରକାରୀ ବସ୍ ଯାଇଥିଲା। ସେଠାରୁ ୩୭ଟି ବସ୍ ଫେରି ଆସିଥିଲା। ଅଉ ୮ଟି ବସ୍ ରହିଯାଇଥିଲା। ଏହି ବସ୍ଗୁଡିକ ‘ମୋ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଶୁକ୍ରବାର ମଧ୍ୟାହ୍ନରେ ଜିଲ୍ଲାପ୍ରଶାସନ ଏହି ବସଗୁଡିକୁ ଛାଡ଼ି ଦେଇଥିଲେ। ଭବାନୀପାଟଣାରୁ ଆସୁଥିବା ଏହି ବସ୍ଟି ଦ୍ରୁତଗତିରେ ରହିଥିବା ବେଳେ ଏହାର ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ବସ୍ଟି ରାସ୍ତାପାର୍ଶ୍ବରେ ଥିବା ଦୋକାନ ମଧ୍ୟକୁ ପଶିଯାଇଥିଲା। ବସ୍ଟି ନାଳ ଉପରେ ଥିବା କଭର ଉପରେ ଚଢ଼ି ଦୋକାନ ମଧ୍ୟକୁ ପଶି ଯାଇଥିଲା। ଶୀତ ଦିନ ଥଣ୍ଡା ଥିବାରୁ ଦୋକାନୀ ଦୋକାନ ଖୋଲି ନଥିଲେ ଏବଂ ରାସ୍ତା ପାର୍ଶ୍ବରେ ବି ଯାତ୍ରୀମାନେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଅପେକ୍ଷା କରି ନଥିଲେ। ଚାଳକ ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ବୋଲି ଡିଟିଏମ୍ ଶ୍ରୀନିବାସ ପାଣିଗ୍ରାହୀ କହିଛନ୍ତି। ତେବେ ଅଧିକ ତଦନ୍ତ କରାଯାଉଛି ବୋଲି କହିଛନ୍ତି ଡିଟିଏମ୍। ଗାଡ଼ିର ବଡ଼ି ସହ ଯନ୍ତ୍ରାଂଶ ଆଦି ଭାଙ୍ଗି ଯିବା ସହ ବ୍ୟାପକ କ୍ଷତି ହୋଇଥିବା କହିଛନ୍ତି। ବସଟିକୁ କ୍ରେନ ସହାୟତାରେ ବାହାର କରି ଜୟପୁର ନିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/jpr-bus-accident-3.jpg)