ବରଗଡ଼ : ବରଗଡ଼ ସହରର କେନ୍ଦ୍ରବିନ୍ଦୁ ସରକାରୀ ବସ୍ଷ୍ଟାଣ୍ଡର ନାନାଦି ଅସୁବିଧାକୁ ନେଇ ଯାତ୍ରୀ ନାକ ଟେକୁଛନ୍ତି। ବର୍ଷା ଆସିଲେ ବସ୍ଷ୍ଟାଣ୍ଡ ପରିସର ସଂପୂର୍ଣ୍ଣ ଭାବେ ପାଣିରେ ବୁଡ଼ି ଯାଇଥାଏ। ତେବେ ଏକ ନିତିଦିନିଆ ସମସ୍ୟା ଏବେ ଅସନ୍ତୋଷ ଭରି ଦେଇଛି। ବସ୍ଷ୍ଟାଣ୍ଡ ପରିସର ସ୍ମୋକିଂ ଜୋନ୍ ପାଲଟିଛି। ସକାଳରୁ ବିଳମ୍ବିତ ସଂଧ୍ୟା ଯାଏଁ ଏଠାରେ ଲୋକଙ୍କ ପ୍ରବଳ ଭିଡ଼ ଲାଗି ରହୁଛି। ସ୍ଥାନେସ୍ଥାନେ ଯୁବକମାନେ ଖୁଲମଖୁଲା ସିଗାରେଟ୍ ଟାଣୁଛନ୍ତି। ସର୍ବସାଧାରଣ ସ୍ଥାନରେ ଧୂମପାନ କିମ୍ବା ସିଗାରେଟ୍ ବିକ୍ରି ଉପରେ କଟକଣା ରହିଛି। କିନ୍ତୁ ସରକାରୀ ବସ୍ଷ୍ଟାଣ୍ଡ ପରିସରରେ ସିଗାରେଟ୍ ଦୋକାନଗୁଡ଼ିକରେ ଉପଲବ୍ଧ ରହୁଛି। ଫଳରେ ସିଗାରେଟ୍ ଧୂଆଁରେ ଅଭ୍ୟସ୍ତ ନ ଥିବା ଲୋକ ଅଣନିଶ୍ବାସୀ ହେଉଛି।
ସେହିପରି ବସ୍ଷ୍ଟାଣ୍ଡ ପରିସରର ଅଧା ଇଲାକାରେ ବାଇକ୍ ପାର୍କିଂ ଲାଗି ରହୁଛି। ଫଳେର ବସ୍ଗୁଡ଼ିକ ଭିତରେ ଚଳପ୍ରଚଳରେ ବାଧା ସୃଷ୍ଟି ହେଉଛି। ସ୍ଥିତି ଏଭଳି ଯେ ବସ୍ ବୁଲାଇବାକୁ ବି ସ୍ଥାନାଭାବ ଲାଗି ରହୁଛି। ଏହି ସମସ୍ୟା ପ୍ରତିଦିନ ଦେଖିବାକୁ ମିଳୁଛି। ସେହିପରି ସହରରେ ଥିବା ଅନ୍ଧାରୁଆ ପଡ଼ିଆ ଖୋଲା ବାର୍ ପାଲଟିଛି। ରାସ୍ତା କଡ଼ ହେଉକି ନିର୍ମାଣାଧିନ କୋଠା, ସବୁଠି ମଦ୍ୟପ ଆସର ଜମାଉଛନ୍ତି। ସହରର କିଛି ସ୍ଥାନରେ ଷ୍ଟିଟ୍ ଲାଇଟ୍ ଲାଗି ନାହିଁ। କେତେକ ସ୍ଥାନରେ ଷ୍ଟ୍ରିଟ ଲାଇଟ୍ ଅଚଳ। ସାଂସଦ ପାଣ୍ଠିରୁ ଲାଗିଥିବା ସୋଲାର୍ ଲାଇଟ୍ ମଧ୍ୟରୁ ଅଧିକାଂଶ ଜଳୁ ନାହିଁ। ଯେଉଁ କିଛି ଜଳୁଛି, ସେସବୁ ମିଂଜିମିଂଜି। ଫଳରେ ନିଛାଟିଆ ଏବଂ ଅନ୍ଧାରୁଆ ଜାଗା ମଦୁଆଙ୍କୁ ସୁହାଉଛି। ଆର୍ଏମସି ପଡ଼ିଆ, ଜର୍ଜ ହାଇସ୍କୁଲ ପଡ଼ିଆ, କେନାଲ କଡ଼ ଆଦି ଇଲାକାରେ ଦିନ ହେଉକି ରାତି, ଖୋଲାଖୋଲି ମଦ୍ୟପାନ ଚାଲିଛି। ମଦ୍ୟପମାନେ ଘରୋଇ ବସଷ୍ଟାଣ୍ଡକୁ ବି ଛାଡ଼ି ନାହାନ୍ତି। ଗୁଡ଼ାଏ ଇଲାକାରେ ଷ୍ଟ୍ରିଟ୍ ଲାଇଟ୍ ପୋଷ୍ଟ ଲାଗିଛି। କିନ୍ତୁ ଯାହା କିଛି ଜଳୁଥିଲା, ତାକୁ ମଦ୍ୟପମାନେ ଟେକା ଫୋପାଡ଼ି ଭା˚ଗି ଦେଇଛନ୍ତି। ତେଣୁ ନିଛାଟିଆ ରାସ୍ତା ଗୁଡ଼ିକ ଅନ୍ଧାର ବଳୟରେ। ଲୋକେ ଏଭଳି ରାସ୍ତାରେ ଯିବାଆସିବାକୁ ଭୟ କରୁଛନ୍ତି। ସ˚ଧ୍ୟା ସମୟରେ ପରିସ୍ଥିତି ବେଶି ସା˚ଘାତିକ। ଟ୍ୟୁସନରୁ ଫେରିବା ବେଳେ ଛାତ୍ରଛାତ୍ରୀମାନେ ବିଭିନ୍ନ ସମୟରେ ହଇରାଣ ହରକତ ହେଉଥିବା ନଜିର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/baragarh-1.jpg)