କଟକ, ମୋଟୁ, ଚିତ୍ରକୋଣ୍ଡା, କୋଟିଆକୁ ସରକାରୀ ବସ ଗଡ଼ିଲା
୭ଟି ରୁଟର ୧୨ଟି ବସ ଚଳାଚଳ ଆରମ୍ଭ, ଅନ୍ୟ ବସ ସଜାଡା ଚାଲିଛି
ଜୟପୁର : ଓଡିଶା ରାଜ୍ୟ ସଡକ ପରିବହନ ନିଗମର ଗତ ୪ତାରିଖ ଦିନ ପ୍ରଥମ ବସ ଭବାନିପାଟଣାକୁ ଚାଳିଥିଲା। ଏହା ପରେ ଏବେ ଧିରେ ଧିରେ ପରିସ୍ଥିତି ସ୍ବାଭାବିକ ହେବାକୁ ଲାଗିଛି। ମାଓବାଦୀଙ୍କ ସହିଦ ସପ୍ତାହ ସରିବା ପରେ ଏବେ ଆଉ ୭ଟି ରୁଟର ବସ ସବୁ ଚାଳିବା ଆରମ୍ଭ ହୋଇଛି। କୋଟିଆ, ଇନ୍ଦ୍ରାବତୀ-ଚିତ୍ରକୋଣ୍ଡା, ମୋଟୁ-ଭବାନୀପାଟଣା, ଜୟପୁର –ମୋଟୁ, କଟକ ଭାୟା ଆନ୍ଧ୍ରପ୍ରଦେଶ ଓ ଭାୟା ରାୟଗଡା ଏଭଳି ସବୁ ବସ ଚଳାଚଳ ଆରମ୍ଭ ହୋଇଥିବା ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
କରୋନା ପାଇଁ ଗତ ମାର୍ଚ୍ଚ ମାସରୁ ୨୬ଟି ରୁଟର ୫୧ଟି ବସକୁ ଅପରୋଡ କରାଯାଇଥିଲା। ଏହାରି ମଧ୍ୟରେ କିଛି ବସରେ ପ୍ରବାସୀ ଶ୍ରମିକଙ୍କୁ ଗଂଜାମ, ମାଲାକାନଗିରୀ, ଓ କୋରାପୁଟ ଜିଲ୍ଲାର ପରିବହନ କାମରେ ନିୟୋଜିତ କରାଯାଇଥିଲା। ଏଥିରେ ତେଲ ଟଙ୍କାରେ ହେରଫେରକୁ ନେଇ ପରବର୍ତ୍ତୀ ସମୟରେ ପରିଚାଳନା ନିର୍ଦେଶକ ସାମୟିକ ଭାବେ ଅକ୍ଟୋବର ୧ରୁ ଜୟପୁର ଜୋନକୁ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। ଗତ ୧ତାରିଖରେ ଏହା ଖୋଲିଥିଲା। ତେବେ ବସ ଚଳାଚଳରେ ମାଓବାଦୀ ସହିଦ ସପ୍ତାହ ଦେଖାଦେବା ପରେ ମାତ୍ର ଗୋଟିଏ ବସ ଚଳାଚଳ କରିଥିଲା। ଏବେ ସପ୍ତାହ ସରିବା ପରେ ୭ଟି ରୁଟର ୧୨ଟି ବସକୁ ଅନରୋଡ କରାଯାଇଥିଲା। ବଳକା ୧୯ଟି ରୁଟର ସବୁ ଅପରୋଡ ବସକୁ ଅନରୋଡ ପ୍ରକ୍ରିୟା ଜାରୀ ରହିଛି। ଏହା ସହ ଦୀର୍ଘ ଦିନ ହେବ ବସ ଚଳାଚଳ ବନ୍ଦ ରହିଥିବାରୁ ଏହାକୁ ସଜାଡିବା ପ୍ରକ୍ରିୟା ଜାରୀ ରହିଥିବା ସୂଚନା ମିଳିଛି। ସେଭଳି ଆଉ ସପ୍ତାହକ ମଧ୍ୟରେ ୨ୟ ପର୍ଯ୍ୟାୟରେ ଆଉ କିଛି ଦ୍ରୁତଗାମୀ ଏବଂ ଅନ୍ତଃରାଜ୍ୟ ବସ ବି ଅନରୋଡ କରାଯିବାର ସମ୍ଭାବନା ରହିଥିବା ସୂଚନା ମିଳିଛି।