ଖୋର୍ଦ୍ଧା: ବିଜେଡି ସରକାରରେ ଚାପି ହୋଇଥିବା ଖୋର୍ଦ୍ଧାର ‘ପାଇକ ସ୍ମାରକୀ’ ପ୍ରକଳ୍ପକୁ ନିର୍ବାଚନ ପରେ ନୂଆ ବଳ ମିଳିଛି। ଗଲା ୫ପାଞ୍ଚ ହେଲା ଧିମେଇଥିବା ୯୦କୋଟି ଟଙ୍କାର ଏହି କେନ୍ଦ୍ରୀୟ ପ୍ରକଳ୍ପ ଡବଲ ଇଞ୍ଜିନ୍ ସରକାରରେ ଦ୍ରୁତଗତି ନେବ। ଖୋର୍ଦ୍ଧାର ନବ ନିର୍ବାଚିତ ବିଧାୟକଙ୍କର ବଚନ ଯଦି ସତ୍ୟ ହୁଏ, ତେବେ ଖୋର୍ଦ୍ଧା ଗଡ଼ ଅଳ୍ପଦିନ ମଧ୍ୟରେ ନୂଆ ରୂପରେ ଝଲସିବ ବୋଲି କୁହାଯାଉଛି। ଖୋର୍ଦ୍ଧା ମାଟିର ବୀର ପାଇକ ପୁଅଙ୍କ ସ୍ମୃତିରେ ଗଲା ୨୦୧୯ ମସିହାରେ ବରୁଣେଇ ପାହାଡ଼ର ପାଦଦେଶରେ ଏକ ବୃହତ୍ ପାଇକ ସ୍ମାରକୀ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଣ୍ଟା ଭିଡ଼ିଥିଲେ। ଏଥିପାଇଁ କେବଳ ବ୍ଲୁ-ପ୍ରିଣ୍ଟ୍ ତିଆରି କଲେ ନାହିଁ, ବରଂ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହାତରେ ଏକ ପ୍ରକଳ୍ପର ଶୁଭ ଦେଲେ।
୫ବର୍ଷରେ ଖର୍ଚ୍ଚ ମାତ୍ର ୫କୋଟି, ବଳକା ୮୫କୋଟି
ସରିଲା ପାଚେରି, ବିଡିଏ ଅନୁମୋଦନ ପରେ ଟେଣ୍ଡର
ଇଣ୍ଡିଆନ ଅଏଲ୍ର ସିଏସ୍ଆର୍ ପାଣ୍ଠିରୁ ୯୦କୋଟି ଟଙ୍କା ଆଣି ଦେଲେ। କିନ୍ତୁ, ପ୍ରକଳ୍ପ ଜାଗାରେ ହିଁ ଅଟକିଗଲ। ଏ ପ୍ରକଳ୍ପ ପାଇଁ ଯେଉଁ ଜାଗା ଦରକାର, ତାକୁ ଯୋଗାଇ ଦେବାକୁ ରାଜ୍ୟ ସରକାରକୁ ବର୍ଷ ପରେ ବର୍ଷ ଗଡ଼ିଗଲା। ବିଳମ୍ବରେ ରାଜ୍ୟ ସରକାର ଏ ପ୍ରକଳ୍ପ ପାଇଁ ବରୁଣେଇ ପାହାଡ଼ର ପାଦଦେଶରେ ୯.୬୮୫ଏକର ଜାଗା ଦେଲେ। ତା’ର ପରେପରେ କୋଭିଡ୍ ବି ଦିନ ଗଡ଼ାଇଲା। ଏ ପ୍ରକାରରେ ପ୍ରକଳ୍ପର ଭାଗ୍ୟ ପାଞ୍ଚ ବର୍ଷ ଗଡ଼ିଗଲା। ତା’ ସହିତ ଜାଗାରୁ ଗଛ ହଟାଇବା, ବିଦ୍ୟୁତ୍ ତାର ସ୍ଥାନାନ୍ତରରେ ବି ସମୟ ଗଲା। ବର୍ତ୍ତମାନ ପ୍ରକଳ୍ପର ଅଗ୍ରଗତି କହିଲେ, ଏକ କୋଟି ୨୦ଲକ୍ଷ ଟଙ୍କାରେ ପାଚେର କାମ ଯାହା ଆଗେଇଛି। ତାହା ପୁଣି ଏଯାବତ୍ ପୂର୍ଣ୍ଣାଙ୍ଗ ରୂପ ନେଇ ନାହିଁ। ଚଳିତ ମାସ ସୁଦ୍ଧା ପାଚେରି କାମ ଶେଷ ହେବ ବୋଲି ପ୍ରକଳ୍ପ ଦାୟତ୍ବରେ ଥିବା ଅଧିକାରୀ ସନ୍ତୋଷ ଦାସ ପ୍ରକାଶ କରିଛନ୍ତି।
ମୋଟ୍ ୯୦କୋଟି ମଧ୍ୟରୁ ପ୍ରାୟତଃ ୫କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେଥିରୁ ବିଦ୍ୟୁତ୍ ବିଭାଗକୁ ତିନି କୋଟି ୧୦ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଗଛ ପାଇଁ ଖୋର୍ଦ୍ଧା ଡିଏଫ୍ଓଙ୍କୁ ୫୫ଲକ୍ଷ ଏବଂ ରୟାଲିଟି ବାବଦକୁ ତହସିଲଦାରଙ୍କୁ କିଛି ଦିଆଯାଇଛି। ବର୍ତ୍ତମାନ ପାଚେରି କାମ ଶେଷ ହୋଇଛି। ଏବେ ବିଡିଏଠାରୁ ପ୍ରକଳ୍ପର ପ୍ଲାନ ଅନୁମୋଦନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଡିଏଠାରୁ ପ୍ରକଳ୍ପ ଅନୁମୋଦନ ପରେ ପୌର ପରିଷଦ ଏବଂ ଅଗ୍ନିଶମ ବିଭାଗଠାରୁ ବି ଆବଶ୍ୟକ ଅନୁମତି ଅଣାଯିବ। ତା’ ପରେ ଟେଣ୍ଡର ହେବ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/gdjgdgjggjyy.jpg)