ସରକାରୀ ଚାରୁ, କାରୁକଳା ମହାବିଦ୍ୟାଳୟର ‘ସହପାଠୀ ସଂଯୋଗ’ କାର୍ଯ୍ୟକ୍ରମ

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟସ୍ଥିତ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ୧୯୮୦ ବ୍ୟାଚ୍ ଆଲୁମନି ମିଟ୍ ତଥା ‘ସହପାଠୀ ସଂଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ବିଜେବି କଲେଜର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରଫେସର୍ ରମେଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜୟନ୍ତ ଦାସ ଓ ରମେଶ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ।

ଏହି ଅବସରରେ କଳା ଓ ସାହିତ୍ୟ କ୍ଷେତ୍ରରେ ଆଜୀବନ ସାଧନା ନିମନ୍ତେ ପ୍ରଫେସର୍ ଦାସଙ୍କୁ ‘କଳା ସାଧନା ଉପାଧି‌ରେ ସମ୍ମାନିତ କରାଯାଇଥିଲା। ରମେଶ ବେହେରାଙ୍କୁ ଅନୁଷ୍ଠାନର ‘ପ୍ରଥମ ଡିଗ୍ରି କୃତୀ ଛାତ୍ର, ପୁରାତନ ଛାତ୍ର ବିଜୟାନନ୍ଦ ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ଗୌଡ଼, ଗୌରାଙ୍ଗ ବାରିକି ଓ ବୃନ୍ଦାବନ ମହାରଣାଙ୍କୁ ‘କଳା ସମ୍ମାନରେ ସମ୍ମାନିତ କରାଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଜୟନ୍ତ କୁମାର ଦାସ ସଭାପତିତ୍ବ କରିଥିବା ବେଳେ ଶିଳ୍ପୀ ଗୌରାଙ୍ଗ ବାରିକି, ବିଜୟ କୁମାର ମହାପାତ୍ର, ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ବୃନ୍ଦାବନ ମହାରଣା ପରିଚାଳନା କରିଥିଲେ। ଶ୍ରୀନିବାସ ପଢ଼ିଆରୀ, ଲକ୍ଷ୍ମୀକାନ୍ତ ଗୌଡ଼ ଓ ପ୍ରଫୁଲ୍ଲ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଭାତ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର