ଭବାନୀପାଟଣା : ଭବାନୀପାଟଣା ସରକାରୀ ସ୍ୱଂୟ ଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଏସୋସିଏଟ ପ୍ରଫେସର ସତ୍ୟଭାମା ନେଗୀ ଗତ ୨୦୧୯ ମସିହା ମାର୍ଚ୍ଚ ମାସରେ ଚାକିରୀରୁ ଅବସର ନେଇଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପେନସନ କାଗଜପତ୍ର ଉଚ୍ଚ ଶିକ୍ଷା ବିଭାଗକୁ ପଠାଇ ନ ଥିବା ଯୋଗୁଁ ସେ ଫାଇନାଲ ପେନସନ ପାଇପାରି ନାହାନ୍ତି । ଏନେଇ ଉଚ୍ଚ ଶିକ୍ଷା ସଚିବ କ୍ଷୁବ୍ଧ ହୋଇ ବରିଷ୍ଠ କିରାଣୀଙ୍କ ଦରମା ବନ୍ଦ କରିବା ସହିତ ଏହାର ତଦନ୍ତ ନିର୍ଦ୍ଦେଶ ଦେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସରକାରୀ ସ୍ୱଂୟ ଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଏସୋସିଏଟ ପ୍ରଫେସର ସତ୍ୟଭାମା ନେଗୀ ଗତ ୨୦୧୯ ମସିହା ମାର୍ଚ୍ଚ ମାସରେ ଚାକିରୀରୁ ଅବସର ନେଇଥିଲେ । ଅବସର ନେବା ପରେ ସେ ପ୍ରୋଭିଜନାଲ ପେନସନ ପାଉଥିଲେ । ତାଙ୍କର ସପ୍ତମ ପେ ଫିକସେସନ ରିଭିଜନ ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ୨୦୧୯ ମସିହା ନଭେମ୍ବର ମାସରେ ଅନୁମୋଦନ ହୋଇଥିଲା । କିନ୍ତୁ କଲେଜର ଖାମଖିଆଲି ନୀତି ଯୋଗୁଁ ଫାଇନାଲ ପେନସନ ପାଇଁ କାଗଜପତ୍ର ବିଭାଗକୁ ପଠାଯାଇ ନ ଥିଲା । ୧୦ ମାସ ଧରି ବିଳମ୍ବ ହେବା ପରେ ସଂପୃକ୍ତ ଅଧ୍ୟାପିକା ଉଚ୍ଚଶିକ୍ଷା ସଚିବଙ୍କୁ ଜଣାଇଥିଲେ । ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ପଦ୍ମଲୋଚନ ଭୁଏଙ୍କୁ ଏନେଇ ଫୋନ ଯୋଗେ ପଚାରି କ୍ଷୁବ୍ଧ ହୋଇଥିଲେ । ପେନସନ ଫାଇଲ ଦାୟିତ୍ୱରେ ଥିବା ବରିଷ୍ଠ କିରାଣୀ ଆରଏମ୍ ଛତ୍ରିଆଙ୍କ ଅବହେଳା ନେଇ ଉଚ୍ଚ ଶିକ୍ଷା ସଚିବଙ୍କ ଚଠି ନଂ ୨୯୪୪୫ ତା୧୫.୯.୨୦୨୦ ଅନୁଯାୟୀ ସମ୍ପୃକ୍ତ କିରାଣୀଙ୍କ ଦରମା ବନ୍ଦ କରିବା ସହିତ ସମ୍ବଲପୁର ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଏହାର ତଦନ୍ତ କରି ଡ୍ରାଫ୍ଟ ଚର୍ଚ୍ଚା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/bhawanipatna-govt-college-ff.jpg)