ରାଜ୍ୟ ସରକାରଙ୍କ ଘୋଷଣା: ଚକଡ଼ା ପୋକରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ୧୩୭.୫୨ କୋଟି ସହାୟତା

ଭୁବନେଶ୍ୱର: ଚକଡ଼ା ପୋକରେ କ୍ଷତିଗ୍ରସ୍ତ ସମ୍ମୁଖୀନ ହୋଇଥିବା ୨୪ଟି ଜିଲ୍ଲାର ଚାଷୀଙ୍କୁ ୧୩୭.୫୨ କୋଟି ଟଙ୍କା ସହାୟତା ଦେବାକୁ ଶୁକ୍ରବାର ରାଜ୍ୟ ସରକାର ଘୋଷଣା କରିଛନ୍ତି। ବାଲେଶ୍ୱର, କଟକ, ଜଗତସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା ଓ ମାଲକାନଗିରି ଜିଲ୍ଲାରେ ଚକଡ଼ା ପୋକର ପ୍ରଭାବ ପଡ଼ି ନାହିଁ।

ରିପୋର୍ଟ ଅନୁସାରେ ୧୫୦ଟି ବ୍ଲକ ଓ ୩୩ଟି ୟୁଏଲବି(ଅର୍ବାନ ଲୋକାଲ ବଡି)ର ୮୦୯୨ ଗ୍ରାମର ଚାଷୀଙ୍କ ୩୩ ପ୍ରତିଶତ ଅର୍ଥାତ ୧,୨୮,୩୧୯ ହେକ୍ଟର ଫସଲ ପ୍ରଭାବିତ ହୋଇଛି। ଚାଷୀ ଇନ୍‌ପୁଟ ସବ୍‌ସିଡି ହେକ୍ଟର ପ୍ରତି ୬୮୦୦ ଟଙ୍କା ଓ ଜଳସେଚନ ଯୋଗୁଁ ପ୍ରଭାବିତ ହୋଇଥିବା ଚାଷ ପାଇଁ ହେକ୍ଟର ପ୍ରତି ୧୩,୫୦୦ ଟଙ୍କା ମିଳିବ।

ଅନୁଗୁଳ ଜିଲ୍ଲାରେ ଗୋଟିଏ ବ୍ଲକର ୩ଟି ଗ୍ରାମରେ ୮.୦୦ ହେକ୍ଟର ଫସଲ ନଷ୍ଟ ହୋଇଥିବା ବେଳେ ବରଗଡ଼ ଜିଲ୍ଲାରେ ୧୧ଟି ବ୍ଲକର ୬୩୫ ଗ୍ରାମ ଓ ୩ଟି ୟୁଏଲବିର ୬ଟି ଓ୍ଵାର୍ଡରେ ୩,୭୧୮୫.୧୩ ହେକ୍ଟର ଫସଲ ନଷ୍ଟ ହୋଇଛି। ସେହିଭଳି ଭଦ୍ରକ ଜିଲ୍ଲାର ୭ଟି ବ୍ଲକରେ ୮୪ ଟି ଗ୍ରାମ ଓ ୩ଟି ୟୁଏଲବିର ୬ଟି ଓ୍ଵାର୍ଡରେ ୯୧୪.୮୦ ହେକ୍ଟର ଫସଲକୁ ଚକଡ଼ା ପୋକ ଖାଇଛନ୍ତି।

ବଲାଙ୍ଗୀର ଜିଲ୍ଲା ୧୪ଟି ବ୍ଲକର ୧୧୨୮ ଗ୍ରାମ ଓ ୨ଟି ୟୁଏଲବିର ୭ଟି ଓ୍ଵାର୍ଡର ୫,୩୮୯.୮୦ ହେକ୍ଟରରେ ଫସଲ ନଷ୍ଟ ହୋଇଛି। ବୌଦ୍ଧ ଜିଲ୍ଲାରେ ୩ଟି ବ୍ଲକର ୨୯୫ଟି ଗ୍ରାମର ୩୮୦.୮୦ ହେକ୍ଟର ଫସଲ ନଷ୍ଟ ହୋଇଛି। ଦେବଗଡ଼ ଜିଲ୍ଲାରେ ୩ଟି ବ୍ଲକର ୮୧ଟି ଗ୍ରାମରେ ୫୦୧.୦୨ ହେକ୍ଟର ଫସଲକୁ ଚକଡ଼ା ପୋକ ଖାଇଛନ୍ତି। ସେହିଭଳି ଢେଙ୍କାନାଳ ଜିଲ୍ଲାରେ ମାତ୍ର ଗୋଟିଏ ବ୍ଲକର ଗୋଟିଏ ଗ୍ରାମରେ ୮ହେକ୍ଟର ଜମି ଚକଡ଼ା ପୋକ ଖାଇଛି।

ଗଜପତି ଜିଲ୍ଲାର ୫ଟ ବ୍ଲକର ୧୮୩ ଗ୍ରାମ ଓ ୬ଟି ୟୁଏଲବିର ୧୪ଟି ଓ୍ଵାର୍ଡରେ ୧୬୩୧.୦୦ ଏକର ଫସଲ, ଗଞ୍ଜାମ ଜିଲ୍ଲାର ୧୬ଟି ବ୍ଲକର ୧୬୪୩ଗ୍ରାମ ଓ ୬ଟି ୟୁଏଲବିର ୧୪ଟି ଓ୍ଵାର୍ଡରେ ୨୦,୦୧୦.୦୪ ହେକ୍ଟର ଫସଲ ନଷ୍ଟ ହୋଇଛି।

ସମ୍ବନ୍ଧିତ ଖବର