ରାୟଗଡ଼ା: ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରହିଆସିଛି ରାୟଗଡ଼ା ଜିଲ୍ଲା। ନୂଆବର୍ଷରେ ରାୟଗଡ଼ା ଜିଲ୍ଲାବାସୀଙ୍କୁ ସରକାରୀ ଡିଗ୍ରୀ କଲେଜ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ଅଂଚଳବାସୀଙ୍କ ଭିତରେ ଖୁସିର ଲହରି ଖେଳିଯାଇଛି। ଏ ନେଇ ମନ୍ତ୍ରୀ ଜଗନ୍ନାଥ ସାରକା, ବିଧାୟକ ମକରନ୍ଦ ମୁଦୁଲି, ବିଧାୟକ ରଘୁମଣି ଗମାଙ୍ଗ, ଉପଦେଷ୍ଟା ସୁଧୀର ଦାସ, ପୂର୍ବତନ ସାଂସଦ ଏନ.ଭାସ୍କର ରାଓ, ୟାଲା କୋଣ୍ଡା ରାଓ, ଓବିସି ଉପଦେଷ୍ଟା ପୃଥୀରାଜ ସାହୁ, ଏସଡିସି ଅଧ୍ୟକ୍ଷା ଅନୁସୟା ମାଝି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସମେତ ୫ଟି ତଥା ଆମ ଓଡ଼ିଶା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍, ଉଚ୍ଚଶିକ୍ଷା ମନ୍ତୀ, ବିଭାଗୀୟ ଶାସନ ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଶିକ୍ଷାରେ ସମାନତା ଓ ଉତ୍କର୍ଷ ଆଣିବା ସହ ଶିକ୍ଷାକୁ ସୁଦୂର ପ୍ରସାରୀ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା କଲେଜ ନ ଥିବା ରାଜ୍ୟର ୧୮ଗୋଟି ବ୍ଳକରେ କଳା ବିଭାଗର ସ୍ନାତକ ସ୍ତରୀୟ (ଯୁକ୍ତ-୩)କଲେଜ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୨୪-୨୫ଶିକ୍ଷା ବର୍ଷରୁ ଏହି କଲେଜ ଗୁଡିକରେ ଶିକ୍ଷାଦାନ ଆରମ୍ଭ କରାଯିବ। ରାୟଗଡ଼ା ଜିଲ୍ଳାର ରାୟଗଡା ନିର୍ବାଚନ ମଣ୍ଡଳୀର କାଶୀପୁର, ଗୁଣପୁର ନିର୍ବାଚନ ମଣ୍ଡଳୀର ରାମନାଗୁଡା ଓ ଚନ୍ଦ୍ରପୁର ବ୍ଳକରେ ସରକାରୀ ସ୍ନାତକ କଲେଜ ଖୋଲାଯିବା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ କଲେଜଗୁଡ଼ିକ ନିମନ୍ତେ ବ୍ଳକ ହେଡ୍ କ୍ୱାଟର ଠାରୁ ୫କିମି ପରିସୀମା ଭିତରେ ୧୦ଏକର ଜମି ଯୋଗାଇ ଦେବାକୁ ଜିଲ୍ଳାପାଳଙ୍କୁ ଉଚ୍ଚଶିକ୍ଷା ବିଭାଗ କମିସନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ କଲେଜଗୁଡିକର ନିଜସ୍ୱ ଭିତ୍ତିଭୂମି ବିକାଶ ନ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଗୃହରେ ଶିକ୍ଷାଦାନ କରାଯିବ ବୋଲି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରକାଶ ଥାଉ କି ରାୟଗଡା୍ ଜିଲ୍ଳା କାଶୀପୁର ବ୍ଳକରେ କେବଳ ଏକ ଘରୋଇ ଯୁକ୍ତ ଦୁଇ କଲେଜ ରହିଥିବା ବେଳେ କୌଣସି ସରକାରୀ ସ୍ନାତକ କଲେଜ ସ୍ଥାପନା ହୋଇ ପାରି ନ ଥିଲା। ଫଳରେ ଅଂଚଳର ବହୁ ଶିକ୍ଷିତ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ନିମନ୍ତେ ସୁଦୂର ରାୟଗଡ଼ା ସହର ତଥା ପଡୋଶୀ ଜିଲ୍ଳା ଗୁଡିକ ଉପରେ ନିର୍ଭର କରି ଆସୁଥିଲେ, ଯାହାକୁ ନେଇ ସ୍ଥାନୀୟ ବିଧାୟକ ଶ୍ରୀ ମୁଦୁଲି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ରାୟଗଡ଼ା ଗସ୍ତରେ ଆସିଥିବା ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନକୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଏପରିକି କାଶୀପୁର ବ୍ଳକରେ ସରକାରୀ ସ୍ନାତକ କଲେଜ ଖୋଲିବା ପାଇଁ ବିଧାନସଭା ପ୍ରଶ୍ନକାଳରେ ବହୁବାର ଦାବି କରିଆସିଥିଲେ। ବର୍ତ୍ତମାନ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସ୍ନାତକ କଲେଜ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯିବା ପରେ କାଶୀପୁର ପାଇଁ ଏହା ଏକ ମାଇଲଖୁଂଟ ଏବଂ ଏହି ଅଂଚଳର ହଜାର ହଜାର ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଗରୀବ ପିଲାଙ୍କର ଉଚ୍ଚଶିକ୍ଷା ସହ ଭବିଷ୍ୟତ ଗଠନରେ ଅନେକ ସହାୟକ ହେବ ବୋଲି ବିଧାୟକ ଶ୍ରୀ ମୁଦୁଲି ପ୍ରକାଶ କରିଛନ୍ତି।
ସେହିପରି ରାୟଗଡା ଆଦିବାସୀ ଯୁବକଯୁବତୀଙ୍କ ପାଇଁ ଉଚ୍ଚ ଶିକ୍ଷାର ଅଭାବ ରହିବ ନାହିଁ ବୋଲି ବୁଦ୍ଧିଜୀବୀ, ସମାଜସେବୀ, ଶିକ୍ଷାବିତଙ୍କ ମଧ୍ୟରୁ ଡ.ଦୁଷ୍ମନ୍ତ କୁମାର ମହାନ୍ତି, ଦ୍ବିତୀକୃଷ୍ଣ ସାହୁ, ସୁଶାନ୍ତ ନାୟକ, ପ୍ରସନ୍ନ ଗନ୍ତାୟତ, ଜଗଦିଶଚନ୍ଦ୍ର ଦୋରା, ପ୍ରତାପ କୁମାର ରାୟ, ପ୍ରଶାନ୍ତ ଶତପଥୀ, ଉଦୟ କୁମାର ସାହୁ ପ୍ରମୁଖ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/naveen-patnaik.jpg)