ଭୁବନେଶ୍ବର: ଓଡିଶାରେ ସରକାରୀ ଚାକିରିଆ ଓ ଜନପ୍ରତିନିଧି ଦେବେ ବାର୍ଷିକ ଆୟ ବିବରଣୀ । ପ୍ରଶାସନକୁ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ କରିବାକୁ ଯାଇ ଏଭଳି ନିଷ୍ପତ୍ତି ନେଇଛି ସାଧାରଣ ପ୍ରଶାସନ ବିଭାଗ । ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଏଣିକି ସମସ୍ତ ବର୍ଗର ସରକାରୀ ଚାକିରିଆ ସେମାନଙ୍କର ଆୟର ବିବରଣୀ ପ୍ରଦାନ କରିବେ । ଏଥିସହ ଏହାକୁ ସମସ୍ତେ ଜାଣିବା ଭଳି ପବ୍ଲିକ ଡୋମେନରେ ମଧ୍ୟ ରଖିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ସରକାରୀ ଚାକିରିଆ ଓ ଜନପ୍ରତିନିଧି ଦେବେ ବାର୍ଷିକ ଆୟ ବିବରଣୀ, ବିଜ୍ଞପ୍ତି ଜାରି କଲା ସାଧାରଣ ପ୍ରଶାସନ ବିଭାଗ
/sambad/media/post_attachments/wp-content/uploads/2021/02/govt-job-tax-info12_Thumb.jpg)