ଭୁବନେଶ୍ବର: ଓଡ଼ିଶାରେ ନୂତନ ସରକାର ଦାୟିତ୍ୱ ନେବା ପରଠାରୁ ମୋଟ କେତେ ଟଙ୍କା ଋଣ କରିଛନ୍ତି ଏବଂ କେଉଁ କାରଣ ପାଇଁ ଋଣ କରିଛନ୍ତି; ଋଣ ହୋଇଥିବା ଅର୍ଥ କେତେ ପରିମାଣ ଖୋଲା ବଜାରରୁ କରାଯାଇଛି ବୋଲି ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ପ୍ରଶ୍ନ କରିଥିଲେ।
ଏହାର ଉତ୍ତରରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ସରକାର ଗତ ୯ ମାସ ମଧ୍ୟରେ ୨୧ହଜାର କୋଟିରୁ ଅଧିକ ଟଙ୍କା ଋଣ କରିଛନ୍ତି ।
ବିଧାନସଭାରେ ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୪ ଜୁନ ମାସରୁ ଫେବ୍ରୁଆରି ୨୦୨୫ ମଧ୍ୟରେ ୨୧ ହଜାର ୧୭୭ କୋଟି ୯୭ ଲକ୍ଷ ଟଙ୍କା ଋଣ କରିଛନ୍ତି।
ନୂଆ ସରକାର ବିଭିନ୍ନ ସୂତ୍ରରୁ ଏହି ଋଣ ଉଠାଇଛନ୍ତି । ଖୋଲାବଜାରରୁ ସର୍ବାଧିକ ୯ ହଜାର କୋଟି ଟଙ୍କାର ଋଣ ଉଠାଇଛନ୍ତି ମୋହନ ସରକାର। ଭାରତ ସରକାରଙ୍କ ଠାରୁ ଋଣ ଆଣିଛନ୍ତି ୭ ହଜାର ୧୪୯ କୋଟି ଟଙ୍କା ।
ଅଧିକ ପଢ଼ନ୍ତୁ: ୮ ମାସରେ ମୁଖ୍ୟମନ୍ତ୍ରୀ ୮ ଥର ଅଭିଯୋଗ ପ୍ରକୋଷ୍ଠକୁ ଯାଇଛନ୍ତି
ସେହିପରି ଓମ୍ୱାଡସି ଠାରୁ ୨ହଜାର ୭୫୦ କୋଟି ଓ କାମ୍ପାଠୁ ୨୩୭୦ କୋଟି ଟଙ୍କା ଋଣ କରିଛନ୍ତି। ବିଭିନ୍ନ ସୂତ୍ରରୁ ଆଣିଥିବା ଏହି ଋଣ ଟଙ୍କାକୁ ସରକାର ସଂପୂର୍ଣ୍ଣ ଭାବେ ପୁଞ୍ଜିନିବେଶ ଓ ବିଭିନ୍ନ ଉନ୍ନୟନମୂଳକ କାମରେ ଲଗାଇଛନ୍ତି । ଜଳସେଚନ, ଶକ୍ତି, ସଡକ, ବିପର୍ଯ୍ୟୟ ପରିଚାଳନା, ସହରାଞ୍ଚଳ ଭିତ୍ତିଭୂମି ଭଳି ଯୋଜନାରେ ଟଙ୍କା ଲଗାଇଛନ୍ତି ସରକାର । ତେବେ ଏହାରି ମଧ୍ୟରେ ରାଜ୍ୟ ସରକାର ୧୪ ହଜାର ୯୭୦ କୋଟି ଟଙ୍କା ଋଣ ପରିଶୋଧ କରିଛନ୍ତି ।
ଅଧିକ ପଢ଼ନ୍ତୁ: ଭୁପେଶ ବଘେଲଙ୍କ ଘରୁ ଚଢଉ ସାରି ଫେରୁଥିବାବେଳେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ