ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ୫ ଡାକ ଟିକେଟକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌କୁ ମନେ ରଖିବା ପାଇଁ ବୁଧବାର ଷ୍ଟାମ୍ପ ଉନ୍ମୋଚନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟାକଙ୍କ ଦ୍ୱାରା ଏହା ଉନ୍ମୋଚନ ହୋଇଛି। କଳିଙ୍ଗ ଷ୍ଟାଡିୟମ୍‌ରେ ମଙ୍ଗଳବାର ହକି ବିଶ୍ୱକପ୍‌ର ୧୪ ତମ ସଂସ୍କରଣ ପାଇଁ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ଆଜି ମହାକୁମ୍ଭର ପ୍ରଥମ ମ୍ୟାଚ ଜାରି ରହିଛି। ହକି ବିଶ୍ୱକପକୁ ମନେ ରଖିବା ପାଇଁ ପୋଷ୍ଟାଲ ଷ୍ଟାମ୍ପରେ ମାସ୍କଟ ‘ଓଲି’କୁ ସ୍ଥାନ ଦିଆଯାଇଛି। ଭିନ୍ନ ଭିନ୍ନ ୫ଟି ସ୍ମାରକୀ ଡାକ ଡିକେଟକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଡାକ ଟିକେଟ୍‌ ଗୁଡ଼ିକ କଳିଙ୍ଗ ଷ୍ଟାଡିୟମର କିଛି ଚୟନିତ କାଉଣ୍ଟରରେ ବିକ୍ରି ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ ବିଭାଗର ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଡାକ ଟିକେଟ ଉନ୍ମୋଚନ ଅବସରରେ କ୍ରୀଡା ଓ ଯୁବ ସେବା କମିସନର ବିଶାଲ କୁମାର ଦେବ, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ ଜଳେଶ୍ୱର କହଁର ଉପସ୍ଥିତ ଥିଲେ। ଉନ୍ନୟନ କମିଶନର ବାଳକ୍ରିଷ୍ଣନ କହିଛନ୍ତି, ଭୁବନେଶ୍ୱର ହକି ବିଶ୍ୱକପର ଆୟୋଜନ ଅବର୍ଣ୍ଣନୀୟ ଏବଂ ଅଲମ୍ପିକ ଆୟୋଜନ ସହ ତୁଳନୀୟ। କହଁର କହିଛନ୍ତି, ୫ଟି ଷ୍ଟାମ୍ପରେ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିକୁ ସ୍ଥାନ ଦିଆଯାଇଛି। ହକି ବିଶ୍ୱକପ୍‌ର ଆୟୋଜନ ଓଡ଼ିଶା ଓ ଦେଶର ପାଇଁ ଗର୍ବର ବିଷୟ।

ସମ୍ବନ୍ଧିତ ଖବର