ବିଦ୍ୟୁତ ଚାଳିତ ଯାନ କିଣିଲେ ରିହାତି ସହ ମିଳିବ ଅନେକ ସୁବିଧା, ଗାଡ଼ି ଓ ଯନ୍ତ୍ରାଂଶ ନିର୍ମାଣକୁ ଗୁରୁତ୍ବ ଦେବେ ରାଜ୍ୟ ସରକାର

ଭୁବନେଶ୍ବର: ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ମଡେଲ ଆପଣାଇବ ଓଡ଼ିଶା । ରାଜ୍ୟରେ ବିଦ୍ୟୁତ ଚାଳିତ ଯାନ ଉପରେ ‌ଦିଆଯିବ ଗୁରୁତ୍ୱ । ବିଦ୍ୟୁତ ଚାଳିତ ଯାନ କିଣିବା ପାଇଁ ସରକାର ଦେବେ ପ୍ରୋତ୍ସାହନ । ବିଦ୍ୟୁତ ଚାଳିତ ଯାନ କିଣିଲେ ଲୋକଙ୍କୁ ମିଳିବ ରିହାତି। ଦୁଇ ଚକିଆ ଯାନ ପାଇଁ ୫ ହଜାର ଟଙ୍କାର ରିହାତି ଦିଆଯିବା ସହ ତିନି ଚକିଆ ଯାନ ପାଇଁ ୧୨ ହଜାର ଓ ୪ ଚକିଆ ପାଇଁ ସର୍ବାଧିକ ୧ ଲକ୍ଷ ଟଙ୍କା ରିହାତି ମିଳିବ । ସରକାରୀ ଅଫିସ୍ ଓ କମ୍ପାନି ବିଦ୍ୟୁତ ଚାଳିତ ଯାନ କିଣିଲେ ରିହାତି ଅଧିକ ମିଳିବ  ।

CompositesWorld

ଆସନ୍ତା କ୍ୟାବିନେଟରେ ଏହି ଇ-ଯାନ ନୀତି ଆସିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ବିଦ୍ୟୁତ ଚାଳିତ ଯାନ କିଣିଲେ ରୋଡ୍ ଟ୍ୟାକ୍ସ ଓ ପଞ୍ଜିକରଣ ଫି ଛାଡ କରାଯାଇପାରେ । ବିଦ୍ୟୁତ ଚାଳିତ ଯାନ ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଏହି ସବୁ ସୁବିଧା ଯୋଗାଇଦେବେ ବୋଲି ଜଣାପଡ଼ିଛି । ବିଦ୍ୟୁତ ଚାଳିତ ଯାନ କିଣିବା ନେଇ ପ୍ରୋତ୍ସାହିତ କରିବା ସହ ଯନ୍ତ୍ରାଂଶ ଓ ବ୍ୟାଟେରୀ ପ୍ରସ୍ତୁତିକୁ ମଧ୍ୟ ପ୍ରୋତ୍ସାହିତ କରିବେ ରାଜ୍ୟ ସରକାର । ରାଜ୍ୟ ସରକାରୀ କର୍ମଚାରୀ ବିଦ୍ୟୁତ ଚାଳିତ ଯାନ କିଣିଲେ ସେମାନଙ୍କୁ ଶତ ପ୍ରତିଶତ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ ।

ସମ୍ବନ୍ଧିତ ଖବର