ଭୁବନେଶ୍ବର: ସରକାରୀ ଅଧିକାରୀମାନେ ଦୁର୍ନୀତିରେ ମାତିଛନ୍ତି। ଗତ ୫ ବର୍ଷରେ ଦୁର୍ନୀତି ଅଭିଯୋଗରେ ୮୨୭ ସରକାରୀ ଅଧିକାରୀ ଗିରଫ ହୋଇଛନ୍ତି ବୋଲି ବିଧାନସଭାରେ ଏକ ପ୍ରଶ୍ନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ପ୍ରଦାନ କରିଛନ୍ତି।
ପୂର୍ତ୍ତ, ପଞ୍ଚାୟତିରାଜ, ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ, ଗୃହ, ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ସର୍ବାଧିକ ଦୁର୍ନୀତି ହୋଇଛି।
ଗତ ୫ ବର୍ଷରେ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ସରକାରୀ ଅଧିକାରୀଙ୍କ ମଧ୍ୟରୁ ୪୩୬ ଅଧିକାରୀ ଦଣ୍ଡିତ ହୋଇଛନ୍ତି। ୧୧୩୧ ଅଧିକାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ଚାର୍ଜ ସିଟ ଦାଖଲ କରାଯାଇ ବିଚାର ପ୍ରକ୍ରିୟା ଚାଲିଛି।
ଅଧିକ ପଢ଼ନ୍ତୁ: ୧୩ ଓ ୧୪ ତାରିଖରେ ଗ୍ରୀଷ୍ମ ପ୍ରବାହ: ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି
ସେହିପରି ରାଜ୍ୟରେ ଦୁର୍ନୀତି ନିବାରଣ ସଂସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ନୂତନ ଭାବେ ୪୮ ପଦବୀ ସୃଷ୍ଟି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।
ଅଧିକ ପଢ଼ନ୍ତୁ: ୨୦ ମିନିଟରେ ଲୁଟିନେଲେ ୨୫ କୋଟିର ଅଳଙ୍କାର