ଭୁବନେଶ୍ବର : ନିର୍ବାଚନମଣ୍ଡଳୀରେ କାର୍ଯ୍ୟରତ ସରକାରୀ ଅଧିକାରୀ କିମ୍ବା ସରକାରୀ ଚାକିରି କରୁଥିବା ସମ୍ପୃକ୍ତ ଅଞ୍ଚଳର ବାସିନ୍ଦାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱରୁ ମୁକ୍ତ ରଖିବା ପାଇଁ ନିର୍ଦ୍ଦେଶ ରହିଛି। ତେଣୁ ଆଗାମୀ ପଦ୍ମପୁର ଉପନିର୍ବାଚନରେ ସମସ୍ତ ‘କାର୍ଯ୍ୟରତ କିମ୍ବା ବାସିନ୍ଦା’ ସରକାରୀ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱରୁ ବାଦ୍ ଦିଆଯାଉ ବୋଲି ଦାବି କରିଛି ବିଜେପି। ଆଜି ଦଳର ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏ ବାବଦରେ ସ୍ମାରକପତ୍ର ପ୍ରଦାନ କରିଛି। ତା’ ସହିତ ମତଦାନ ସମୟରେ ମୋବାଇଲ ଫୋନ୍ ବ୍ୟବହାର ଉପରେ ସଂପୂର୍ଣ୍ଣ ରୋକ ଲଗାଇବା ପାଇଁ ମଧ୍ୟ ଦାବି କରିଛି।
‘ସରକାରୀ ଅଧିକାରୀଙ୍କୁ ନିଜ ଅଞ୍ଚଳରେ ନିର୍ବାଚନ ଡ୍ୟୁଟିରୁ ମୁକ୍ତ କରାଯାଉ’
/sambad/media/post_attachments/wp-content/uploads/2022/11/m6-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)