ଦମନ ଚଳଚ୍ଚିତ୍ର ଦେଖିଲେ ସରକାରୀ ଅଧିକାରୀ 

ଦମନ ଚଳଚ୍ଚିତ୍ର ଦେଖିଲେ ସରକାରୀ ଅଧିକାରୀ 

ଝାରସୁଗୁଡ଼ା: ନିଚ୍ଛକ ଘଟଣାକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ଚର୍ଚ୍ଚା ଏବେ ସାରା ଦେଶରେ। ରାଜ୍ୟ ସରକାର ଚଳଚ୍ଚିତ୍ରଟିକୁ ଟିକସମୁକ୍ତ ମଧ୍ୟ କରିଛନ୍ତି। ମ୍ୟାଲେରିଆ ନିରାକରଣ ପାଇଁ ଜଣେ ଡାକ୍ତରଙ୍କ ସଂଘର୍ଷମୟ କଥାକୁ ନେଇ ଗତିଶୀଳ ଏ ଚଳଚ୍ଚିତ୍ର। ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟ ପରାୟଣତାକୁ ଉପଲବ୍ଧି କରିବା ପାଇଁ ରାଜ୍ୟର ସବୁ ଜିଲ୍ଲାରେ ପ୍ରଶାସନିକ ଅଧିକାରୀମାନଙ୍କୁ ଚଳଚ୍ଚିତ୍ରଟିକୁ ଦେଖିବାକୁ ସରକାର ଲିଖିତ ଭାବେ ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ଝାରସୁଗୁଡ଼ା ସ୍ଥିତ ଶିବା ଟକିଜରେ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ଚଳଚ୍ଚିତ୍ରଟିକୁ ଦେଖିଛନ୍ତି।

ଜିଲ୍ଲାପାଳ ସରୋଜ ସାମଲ ଫିତା କାଟି ଝାରସୁଗୁଡ଼ା ଜିଲ୍ଲାରେ ଚଳଚ୍ଚିତ୍ର ସ୍କ୍ରିନିଂକୁ ଉଦ୍‌ଘାଟନ କରିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତପିରାମ ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରବୀର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଲଙ୍କେଶ୍ୱର ଅମାତ, ପିଡି (ପୁନର୍ବାସ ଓ ଥଇଥାନ) ଆଲୋମଣି ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଡୋଳାମଣି ପଟେଲଙ୍କ ସମେତ ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ରାଧାରମଣ ବିର୍ତ୍ତିଆ, ଡିପିଏମ୍‌ ବୁଲୁନାଥ ସାହୁ, ଆକାଉଣ୍ଟ୍‌ସ ମ୍ୟାନେଜର ଧୀରେନ୍ଦ୍ର ନନ୍ଦ, ବିରାଟ ପ୍ରଧାନ, ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ, ଆଶା ଓ ଅଙ୍ଗନବାଡ଼ି କର୍ମୀ, ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ, ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଚଳଚ୍ଚିତ୍ରଟିକୁ ଦେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe