ଟ୍ରେନରେ ଫେରିଥିବା ପ୍ରବାସୀ ଓଡ଼ିଆଙ୍କ ଟ୍ରେନ ଟିକେଟ ବାବଦ ଅର୍ଥ ଭରଣା କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଟ୍ରେନରେ ଫେରିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାର ଆଜି ବଡ଼ ଆଶ୍ୱସ୍ତିକର ଘୋଷଣା କରିଛନ୍ତି । ଟ୍ରେନରେ ଫେରିଥିବା ପ୍ରବାସୀ ଓଡ଼ିଆଙ୍କ ଟିକେଟ ମୂଲ୍ୟ ରାଜ୍ୟ ସରକାର ଦେବେ । ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରି ଏହା କହିଛନ୍ତି, ଏବେ ଓଡ଼ିଶାକୁ ବହୁ ସଂଖ୍ୟାରେ ପ୍ରବାସୀମାନେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଫେରୁଛନ୍ତି ।

ରାଜ୍ୟ ସରକାର କହିଛନ୍ତି, ଯେଉଁ ରାଜ୍ୟରୁ ଶ୍ରମିକମାନେ ଆସୁଛନ୍ତି, ଯଦି ସେହି ରାଜ୍ୟର ସରକାର ଟ୍ରେନ ଟିକେଟ ଖର୍ଚ୍ଚ ଦେଇ ନାହାନ୍ତି, ତା’ ହେଲେ ଓଡ଼ିଶା ସରକାର ଏହା ଦେବେ । ଟ୍ରେନ ଟିକେଟ ବାବଦ ଅର୍ଥ ସଂପୃକ୍ତ ବ୍ୟକ୍ତିଙ୍କ କ୍ୱାରେଣ୍ଟାଇନ ସେଣ୍ଟରରେ ୨୧ ଦିନ ରହଣି ପରେ ମିଳିବାକୁ ଥିବା ଆର୍ଥିକ ସହାୟତା ରାଶିରୁ ଭରଣା କରାଯିବ।

ସମ୍ବନ୍ଧିତ ଖବର