ମଦନପୁର ରାମପୁର ବ୍ଲକ ରେ ସରକାରୀ ନିୟମାବଳୀକୁ ଫୁ

ବିନା ସୂଚନା ଫଳକରେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ ଓ ସିସି ରୋଡ଼ ନିର୍ମାଣ କାର୍ଯ୍ୟ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଦୁର୍ଗମ ଅଞ୍ଚଳ ମାନଙ୍କରେ ବ୍ଲକ ପ୍ରଶାସନ ର ତତ୍ୱାବଧାନରେ ଚାଲିଥିବା ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ଅବ୍ୟବସ୍ଥାରେ ଚାଲିଛି ।  ମଦନପୁର ରାମପୁର ବ୍ଲକର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଲୁବେନଗଡ଼ ପଞ୍ଚାୟତରେ ଏହି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ପଂଚାୟତ ସମିତି କିମ୍ବା ପଂଚାୟତ ସ୍ତରରେ ସରକାରଙ୍କ ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟ କରିବା ପାଇଁ ସୂଚନା ଫଳକ ଲଗେଇ କାର୍ଯ୍ୟ ଆରମ୍ଭ କରିବାର ସରକାରୀ ନିୟମାବଳୀ ରହିଥିବା ବେଳେ ଲୁବେନ ଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣରେ ଅଦ୍ୟାବଧି କୌଣସି ସୂଚନା ଫଳକ ଦିଆଯାଇ ନାହିଁ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ନିର୍ମାଣ କାର୍ଯ୍ୟଟି ଆରମ୍ଭ ହୋଇ ଦେଢ଼ ବର୍ଷ ରୁ ଅଧିକ ସମୟ ହେବାକୁ ଗଲାଣି। ନିର୍ମାଣ କୋଠା ଉପରେ ଛାତ ପଡି ସାରିଲାଣି ଆଉ ଅଳ୍ପ ଦିନରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଉପରେ ତଥାପି ବିଭାଗ ତରଫରୁ କୌଣସି ସୂଚନା ଫଳ ଲଗା ଯାଇ ନାହିଁ।

ଏ ପଟେ ଲୁବେନ ଗଡ଼ ଆଶ୍ରମ ସ୍କୁଲ ପଡ଼ାର ଏକ ଗଳିରେ ବି ଅନୁରୂପ ସ୍ଥିତି ରହିଛି। ମୁଖ୍ୟ ରାସ୍ତାରୁ ଏକ ଗଳି ରାସ୍ତାକୁ କଂକ୍ରିଟ ରାସ୍ତାରେ ପରିଣତ କରାଯାଇଛି। ରାସ୍ତା ର ଲମ୍ଵ ହାରାହାରି ଚାରି ଶହ ଫୂଟ ହୋଇଥିବା ବେଳେ କୌଣସି ସୂଚନା ଫଳକ ନ ଦେଇ ପାଖାପାଖି ଦୁଇ ଶହ ଫୂଟ କଂକ୍ରିଟ ରାସ୍ତା କରି ଛାଡି ଦିଆଯାଇଛି। ବିନା ସୂଚନା ଫଳକରେ ଏଭଳି ଅଧାପନ୍ତରିଆ କାର୍ଯ୍ୟ କୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ଙ୍କ ମନମୁଖୀ କାରବାର ବୋଲି ଚର୍ଚ୍ଚା ହେଉଥିବା ବେଳେ ସ୍ଥାନୀୟ ବାସୀନ୍ଧା ମାନେ ସରକାରୀ ଗାଇଡ଼ ଲାଇନ କୁ ଉଲଂଘନ କରି ବିଭାଗୀୟ ଅଧିକାରୀ ଙ୍କମାନମୁଖୀ କାରବାର ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର