ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ଆଜି ବି ଶିକ୍ଷା ବ୍ୟବସ୍ଥା ଅତି ଦୟନୀୟ ହୋଇଛି ବୋଲି ଆଜି ପ୍ରେସ୍‌ ବିବୃତ୍ତିରେ କମ୍ୟୁନିଷ୍ଟ ପାର୍ଟି ମାଓାବଦୀର ଦକ୍ଷିଣ ସବ ଜୋନାର ବ୍ୟୁର ତରଫରୁ କୁହାଯାଇଛି। ବିଜେପି ସରକାର ଆଦିବାସୀ ଅଂଚଳରେ ସ୍କୁଲ, କଲେଜ, ଛାତ୍ରାବାସ ହଟାଇ ଶିକ୍ଷା ବ୍ୟବସ୍ଥାକୁ ଅତି ତଳକୁ ଖସାଇ ଦେଇଛି।

Advertisment

ଆଜି ବି ଛତିଶଗଡର ବହୁ ସ୍କୁଲର ଘର ନାହିଁ, ସ୍କୁଲରେ ଶିକ୍ଷାକ ନାହାନ୍ତି, ଛାତ୍ରାବାସଗୁଡିକରେ ଖାଦ୍ୟ ଠିକ ସେ ମିଳୁନାହିଁ। କେବଳ ବିଜେପି ସରକାର ପେପର ଓ ଟିଭିରେ ବିକାଶ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ସଂଗଠନ କହିଛି। ବିଜାପୁର ଜିଲ୍ଲାର ଭୋପାଲପାଟଣମ୍ ଛାତ୍ରାବାସରେ ଜଣେ ଛାତ୍ରର ମୃତ୍ୟୁ ଏବଂ ଭେରମଗଡରୁ ମଧ୍ୟ ଜଣେ ଛାତ୍ର ନିଖୋଜ ରହିଛି। ପ୍ରତ୍ୟେକ ପଞ୍ଚାୟତର ହାଇସ୍କୁଲ ରହିବା କଥା ଏବଂ ଛାତ୍ରାବାସ ରହିବା କଥା। ଛାତ୍ରଛାତ୍ରୀଙ୍କୁ ବହୁ ସମସ୍ୟା ଦେଇ ଗତି କରିବାକୁ ପଡୁଛି।ଯେପରି ଜାତିଗତ ସାର୍ଟିଫିକେଟ ନମିଳିବା, ଛାତ୍ରବୃତ୍ତି ଗତ ୨୦ ବର୍ଷରୁ ଏକ ପ୍ରକାର ଦିଆଯାଉଛି, ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଭୋଜନ ଅତି ନିମ୍ନମାନର। ନିଟ୍ ପରିକ୍ଷାରେ ଛତିଶଗଡର ବହୁ ଆଦିବାସୀ ପିଲା ପ୍ରଭାବିତ ହେଲେ। ସରକାରୀ ବିରୋଧୀ ଆନ୍ଦୋଳନ କରିବା ପାଇଁ ସଂଗଠନ ଆହ୍ବାନ ଦେଇଛି।

ସେହିପରି ଛତିଶଗଡ ସରକାର ବିଜୁଳି ଦର ୮ ପ୍ରତିଶତ ବର୍ଦ୍ଧିତ କରିଥିବାରୁ ଏହାକୁ ନେଇ ମଧ୍ୟ ପ୍ରେସ ବିବୃତ୍ତିରେ ନିନ୍ଦା କରାଯାଇଛି।ଏଥିପାଇଁ ଲୋକେ ଏକଜୁଟ ହୋଇ ନ୍ୟାୟ ପାଇଁ ଦାବି କରିବା କଥା ବୋଲି ପାର୍ଟି କହିଛି।ଏଥିସହ ୭୦ ପ୍ରତିଶତ କୋଇଲାରୁ ବିଦ୍ୟୁତ ଉତ୍ପାଦନ ହେଉଥିବା ବେଳେ ଏହାକୁ ରାଜ୍ୟରୁ ବାହାର ପୁଞ୍ଜିପତିମାନଙ୍କୁ ଚାଲାଣ କରାଯାଉଥିବା କୁହାଯାଇଛି।