ବାବୁଙ୍କ ତୁଣ୍ଡରେ ଲାଗିଲା ଲଗାମ; ଏଣିକି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇପାରିବେନି ସରକାରୀ କର୍ମଚାରୀ

ଭୁବନେଶ୍ବର:  ଏଣିକି  ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିପାରିବେନି ସରକାରୀ ଅଧିକାରୀ । କୌଣସି ସଚିବ, କର୍ମଚାରୀ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିପାରିବେନି ବୋଲି ନିର୍ଦ୍ଦେଶ ଦେଇଛି ସାଧାରଣ ପ୍ରଶାସନ ବିଭାଗ । ତେବେ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଗଣମାଧ୍ୟମକୁ ସରକାରୀ ତଥ୍ୟ ଠିକ୍ ଭାବରେ ଆସିପାରିବ କି ନାହିଁ ତାହା ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି ।

ଏହାପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରୀ ଅଧିକାରୀ ଓ ବିଭିନ୍ନ ବିଭାଗର ସଚିବ ଗଣମାଧ୍ୟମରେ ସରକାରଙ୍କ ପକ୍ଷ ରଖୁଥିଲେ । ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଗଣମାଧ୍ୟମରେ ଖୋଲାଖୋଲି ପ୍ରତିକ୍ରିୟା ଦେଉଥିଲେ । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସରକାରୀ ଅଫିସର ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ମତ ରଖିବାକୁ ପଛଘୁଞ୍ଚା ଦେଉ ନ  ଥିଲେ ।

ତେବେ ସାଧାରଣ ପ୍ରଶାସନ ବିଭାଗର ଏଭଳି ନିଷ୍ପତ୍ତି ପରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଲୋକେ ସଠିକ୍ ତଥ୍ୟ ପାଇପାରିବେ କି ନାହିଁ ତାହା ସବୁଠୁ ବଡ଼ ପ୍ରଶ୍ନ । ଏହାଦ୍ୱାରା ଗଣମାଧ୍ୟମ ଓ ଅଫିସରଙ୍କ ମଧ୍ୟରେ ଦୂରତା ବଢିବ । ଠିକ୍ ସମୟରେ ଯେଉଁ ତଥ୍ୟ ଲୋକଙ୍କ ପାଖରେ ପହଞ୍ଚିବା କଥା ସେଥିରେ ବିଳମ୍ବ ହେବନି ତ।

ସମ୍ବନ୍ଧିତ ଖବର