ଶ୍ରୀମନ୍ଦିର ପରିଚାଳନାକୁ ସରକାର ପ୍ରାଥମିକତା ସୂଚୀରେ ସାମିଲ କରିବା ଦରକାର : ଗଜପତି ମହାରାଜ

ପୁରୀ : ଶ୍ରୀମନ୍ଦିର ବିଭ୍ରାଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି  ଗଜପତି ମହାରାଜ । ବିଭ୍ରାଟ ପାଇଁ ସେ ପରୋକ୍ଷରେ ସରକାରଙ୍କୁ ଦାୟୀ କରିଛନ୍ତି । ଗଣମାଧ୍ୟମକୁ ଗଜପତି କହିଛନ୍ତି କି ବର୍ତମାନର ଶାସକଙ୍କ ଯୋଗୁଁ ଧର୍ମ ଅବକ୍ଷୟ ମୁଖୀ ହେଉଛି । କାରଣ ସେମାନେ ଧର୍ମରକ୍ଷାକୁ ନିଜ ଦାୟିତ୍ୱ ବୋଲି ଭାବୁ ନାହାନ୍ତି ।

ଯଦି ଏପରି ଚାଲେ ତେବେ ଧର୍ମର ପ୍ରଚାର ପ୍ରସାର କିଏ କରିବ ବୋଲି ପ୍ରଶ୍ନ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । କିଛି ମୁଷ୍ଟିମେୟ ସଂସ୍ଥା ଯୋଗୁଁ ଜଗନ୍ନାଥ ଚେତନା ଦୀପ ପ୍ରଜ୍ଜଳ୍ୱିତ ହୋଇ ରହିଛି । ଗଜପତିମାନେ ଜଗନ୍ନାଥ ମନ୍ଦିର ପରିଚାଳନା ଓ ଧର୍ମକୁ ନିଜର ରାଜଧର୍ମ ପରି ପାଳନ କରୁଥିଲେ । ତେଣୁ ବର୍ତମାନ ସରକାର ଶ୍ରୀମନ୍ଦିର ପରିଚାଳନାକୁ ନିଜର ପ୍ରାଥମିକତା ଯୋଜନାରେ ସାମିଲ କରିବା ଦରକାର ବୋଲି ମତ ରଖିଛନ୍ତି ଗଜପତି ମହାରାଜ ।

ଅନ୍ୟପଟେ, ଗତକାଲି ଶ୍ରୀମନ୍ଦିରରେ ହୋଇଥିବା ବିଶୃଙ୍ଖଳାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗତକାଲିର ଘଟଣା ଦୁଃଖଦ ଓ ଏଥିପାଇଁ ସେ ଦୁଃଖିତ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ପ୍ରଦୀପ ମହାପାତ୍ର  । ଏଥିସହ ସେ କହିଛନ୍ତି ଦୋଷୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେବାୟତଙ୍କ ଦାବି ଗ୍ରହଣଯୋଗ୍ୟ ନୁହେଁ । ଏହି ପ୍ରସଙ୍ଗ ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକରେ ଉଠାଇ ଆଲୋଚନା କରିଯିବ । ସେବାୟତମାନେ ମନ୍ଦିର ପ୍ରଶାସନର କଥା ଶୁଣୁ ନାହାନ୍ତି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ।

ସମ୍ବନ୍ଧିତ ଖବର