ଜଗା-ବଳିଆଙ୍କୁ ଚିକିତ୍ସା କରିଥିବା ଡାକ୍ତରୀ ଟିମ୍‌କୁ କୃତଜ୍ଞତା ଜଣାଇଲେ ସରକାର

ଭୁବନେଶ୍ବର : କନ୍ଧମାଳର ଯୋଡ଼ା ଶିଶୁ ଜଗା-ବଳିଆଙ୍କ ଚିକିତ୍ସା କରିଥିବା ଏମ୍‌ସ୍‌, ନୂଆଦିଲ୍ଲୀର ଡାକ୍ତରୀ ଦଳକୁ କୃତଜ୍ଞତା ଜଣାଇଛନ୍ତି ଓଡ଼ିଶା ସରକାର। ଆଜି ସରକାରଙ୍କ ତରଫରୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏ ସମ୍ପର୍କରେ ଏମ୍‌ସ୍‌, ନୂଆଦିଲ୍ଲୀର ନିର୍ଦ୍ଦେଶକଙ୍କୁ ଏକ ପତ୍ର ଲେଖିଛନ୍ତି। ଚିକିତ୍ସାରେ ସାମିଲ ଥିବା ଡାକ୍ତର ଓ ଅନ୍ୟ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଯିବା ସହ ଏହା ଏକ ବିରଳ ଅସ୍ତ୍ରୋପଚାର, ଯାହା କି ଚିକିତ୍ସା ବିଜ୍ଞାନରେ ଇତିହାସ ରଚିଛି ବୋଲି ପତ୍ରରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର