୨୦ରୁ କମ୍‌ ପିଲାଥିବା ସ୍କୁଲ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ସରକାର: ପ୍ରଶାନ୍ତ ମୁଦୁଲି

ଭୁବନେଶ୍ୱର : ୨୦ରୁ କମ୍‌ ପିଲାଥିବା ସ୍କୁଲ୍‌କୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏପରି ଅନେକ ସ୍କୁଲ୍‌ ଅଛି ଯେଉଁଠିକି ଅଧିକ ପିଲା ଥିଲେ ବି ସେସବୁ ସ୍କୁଲ ବନ୍ଦ କରିବା ନେଇ ତାଲିକା ପ୍ରସ୍ତୁତ କରାଯାଇଛି। ଶିକ୍ଷକ ଅଭାବରୁ ସେସବୁ ସ୍କୁଲରେ ପାଠପଢା ହୋଇପାରୁନି। ସରକାର ଏହାର ପୁନର୍ବିଚାର କରନ୍ତୁ। ଆଜି ଅପରାହ୍ନ ଅଧିବେଶନରେ ଗୃହରେ ସରକାରଙ୍କୁ ଏପରି ପ୍ରସ୍ତାବ ଦେଇଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି। କହିଛନ୍ତି, ସ୍କୁଲ ବନ୍ଦ କରିବା ନେଇ ଠିକ୍‌ ଆକଳନ କରାଯାଇନି। ଯେଉଁ ତାଲିକା ପ୍ରସ୍ତୁତ କରାଯାଇ ତାକୁ ରଦ୍ଦ କରି ଆଉ ଥରେ ସଠିକ୍‌ ତାଲିକା ପ୍ରସ୍ତୁତ କରାଯାଉ। ଏପରି ହେଲେ ଜଗତସିଂହପୁର ଜିଲ୍ଲାରେ ବହୁ ସ୍କୁଲ ବନ୍ଦ ହୋଇଯିବ।

ସମ୍ବନ୍ଧିତ ଖବର