ଭୁବନେଶ୍ବର : ପେଟ୍ରୋଲ ଲିଟର ପିଛା ୧୦ଟଙ୍କା ୨୩ପଇସା ଏବଂ ଡିଜେଲ୍ ୭ଟଙ୍କା ୩୬ପଇସା କମିବା ପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଟୁଇଟ୍ କରି କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରି ନିବେଦନ କରିଛନ୍ତି ଯେ, ରାଜ୍ୟବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଭାଟ୍ ହ୍ରାସ କରନ୍ତୁ। ଶ୍ରୀ ମହାନ୍ତି ଟୁଇଟ୍ କରିଛନ୍ତି ଯେ, ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ୍ ଏବଂ ଘରୋଇ ଗ୍ୟାସ୍ ଦର ହ୍ରାସ କରିବା ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ। ଏଥିପାଇଁ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ। ଲୋକଙ୍କ ବୃହତ୍ତ ସ୍ବାର୍ଥ ଦୃଷ୍ଟିରୁ କେନ୍ଦ୍ର ସରକାର ଦୁଇ ଥର ପେଟ୍ରୋଲିୟମ ଦ୍ରବ୍ୟର ଦର ହ୍ରାସ କରିଛନ୍ତି। ଗତ ମୁଖ୍ୟମନ୍ତ୍ରୀ ବୈଠକରେ ଭାଟ୍ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍ କରିଥିଲେ। ଏବେ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ହ୍ରାସ କରିଥିବାରୁ ରାଜ୍ୟ ସରକାର ଭାଟ୍ କମାନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।
ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ସରକାର ପେଟ୍ରୋଲ ଉପରୁ ଭାଟ୍ କମାନ୍ତୁ: ସମୀର ମହାନ୍ତି
/sambad/media/post_attachments/wp-content/uploads/2021/08/samir-mohanty.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)