ଭୁବନେଶ୍ବର: ରାଜ୍ୟ ସରକାର ୫ବର୍ଷରେ ଦେଢ଼ଲକ୍ଷ ଯୁବକଯୁବତୀଙ୍କୁ ସରକାରୀ ନିଯୁକ୍ତି ଦେବାକୁ ଘୋଷଣା କରିଥିବାବେଳେ ପ୍ରଥମ ବର୍ଷରେ ପ୍ରାୟ ୨୮ହଜାର ନିଯୁକ୍ତି ଦେଇଛନ୍ତି। ଏଥିପାଇଁ ୯ଟି ନିଯୁକ୍ତି ମେଳା ଆଯୋଜନ କରାଯାଇଥିଲା। ୫ବର୍ଷର ଲକ୍ଷ୍ୟ ହାସଲ ପାଇଁ ରାଜ୍ୟ ସରକାର ଦ୍ବିତୀୟ ବର୍ଷ ଆରମ୍ଭରୁ ପୁଣି ନିଯୁକ୍ତି ମେଳା କରି ୯୬୦ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିବାକୁ ନିଷ୍ପତ୍ତି ନେଇଛନ୍ତି।
ସରକାରଙ୍କ ଦ୍ବିତୀୟ ବର୍ଷ ଭେଟି
୫ବର୍ଷରେ ଦେଢ଼ଲକ୍ଷ ନିଯୁକ୍ତି ପାଇଁ ରୋଡ୍ମ୍ୟାପ୍
ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୧୬ତାରିଖରେ କୃଷି ଶିକ୍ଷା ସଦନ ଠାରେ ଆୟୋଜନ ହେବାକୁ ଥିବା ନିଯୁକ୍ତି ମେଳାରେ ୯୦୭ଜଣ କନିଷ୍ଠ ଯନ୍ତ୍ରୀ (ସିଭିଲ୍), ୨୯ଜଣ କନିଷ୍ଠ ଏନ୍ଫୋର୍ସମେଣ୍ଟ ଅଧିକାରୀ, ୧୦ଜଣ ଟ୍ରେସର, ୧୭ଜଣ ଇନ୍ସ୍ପେକ୍ଟର, ଜଣେ ଜୁନିଅର ଆକାଉଣ୍ଟାଣ୍ଟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଯୁକ୍ତିପତ୍ର ବାଣ୍ଟିବେ। ଏହି କାର୍ଯ୍ୟକ୍ରମ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରିବାକୁ କମିସନରେଟ୍ ପୁଲିସ, ୱାଟ୍କୋ, ଅଗ୍ନିଶମ ବିଭାଗ, ପୂର୍ତ୍ତ, ଟିପିସିଓଡିଏଲ୍, ବିଏମ୍ସି, ସୂଚନା ଓ ଲୋକସମ୍ପର୍କ ବିଭାଗକୁ ବିଭିନ୍ନ ଦାୟିତ୍ବ ବଣ୍ଟନ କରାଯାଇଛି।