ଭୁବନେଶ୍ବର: ବରଗଡ଼ର ଗାଇସିଲାଟରେ ଜଣେ ନାବାଳିକା ନିଆଁରେ ଜଳି ପ୍ରାଣ ହରାଇବା ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ସେ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ନିଆଁ ଲଗାଇ ଆମ ଝିଅମାନେ ଜୀବନ ହାରିବାର ଏହି ଧାରା ଅତ୍ୟନ୍ତ ବିଚଳିତ କରିଦେବା ପରି। ଏଇ ଗୋଟେ ମାସ ଭିତରେ ଚାରି ଚାରି ଜଣ ଯୁବତୀ ସମାନ ଭାବରେ ନିଜ ଜୀବନ ହାରି ଦେଇଛନ୍ତି। ଏପରି ନିରୀହ ଜୀବନ ଚାଲିଯିବା ସମଗ୍ର ଓଡ଼ିଶାବାସୀଙ୍କୁ ବ୍ୟଥିତ କରୁଛି।
ଏହା ଆହୁରି ହୃଦୟବିଦାରକ ଯେ ସେମାନେ ଆଉ କୌଣସି ରାସ୍ତା ନ ପାଇ ଶେଷରେ ନିଜ ଜୀବନ ହାରିଦେବାକୁ ବାଛି ନେଉଛନ୍ତି। କେବଳ ଏଇ ଚାରି ନିରୀହ ଜୀବନ ନୁହେଁ, ଏବେ ପ୍ରତିଦିନ ଅପରାଧର ଶିକାର ହୋଇ ଓଡ଼ିଶାର ଅନେକ ଝିଅ ଏପରି ପରିସ୍ଥିତିର ସାମ୍ନା କରୁଛନ୍ତି। ସେମାନଙ୍କ ନିରାଶା କେବଳ ଏକ ବ୍ୟକ୍ତିଗତ ଘଟଣା ନୁହେଁ। ପ୍ରତିଦିନ ଘଟୁଥିବା ଏପରି ଘଟଣା, ବ୍ୟବସ୍ଥାର ବିଫଳତା ପରି ଏକ ସମ୍ବେଦନଶୀଳ ଦିଗକୁ ଇଙ୍ଗିତ କରୁଛି। ବ୍ୟବସ୍ଥା ଉପରେ ଭରସା ବଜାୟ ରଖିବାରେ ବିଜେପିର ଶାସନ ବିଫଳ ହୋଇଛି। ଏପରି ହୃଦୟବିଦାରକ ଧାରାକୁ ରୋକିବା ପାଇଁ ବିଜେପି ସରକାର ଆଉ କେତେ ସମୟ ଅପେକ୍ଷା କରିବ? ବିଜେପି ସରକାରର ଏପରି ଅସ୍ୱାଭାବିକ ନିରବତା ଓ ସ୍ଥାଣୁତା ଓଡ଼ିଶାର ଝିଅମାନଙ୍କୁ ଆହୁରି ଅସୁରକ୍ଷିତ କରିଦେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/28/xBB7YIzRNXyfQjhCh2yx.jpeg)