ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ହେଲେ ଡକ୍ଟର ପବନ କୁମାର ଅଗ୍ରଓ୍ଵାଲ

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଡକ୍ଟର ପବନ କୁମାର ଅଗ୍ରଓ୍ଵାଲଙ୍କୁ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର୍‌ ଗଣେଶୀ ଲାଲ୍‌ ନିଯୁକ୍ତ କରିଛନ୍ତି।

ଯୋଗ ଦେବା ଦିନ ଠାରୁ ତିନି ବର୍ଷ ଯାଏଁ କିଂବା ପରବର୍ତ୍ତୀ ନିର୍ଦେଶ ଯାଏଁ ଡକ୍ଟର୍‌ ଅଗ୍ରଓ୍ଵାଲ୍‌ ଏହି ପଦବୀରେ ଅବସ୍ଥାନ କରିବେ।

ସମ୍ପ୍ରତି ଡକ୍ଟର୍‌ ଅଗ୍ରଓ୍ଵାଲ୍‌ ନୂଆଦିଲ୍ଲୀସ୍ଥିତ ନେସ୍‌ନାଲ୍‌ ଏଗ୍ରିକଲ୍‌ଚର୍‌ ସାଇନ୍‌ସ୍‌ ଫଣ୍ଡ୍‌, ଆଇସିଏଆର୍‌ରେ ଆସିଷ୍ଟାଣ୍ଟ୍‌ ଡାଇରେକ୍ଟର୍‌ ଜେନେରାଲ୍‌ ଭାବେ କାର୍ଯ୍ୟରତ।

ସମ୍ବନ୍ଧିତ ଖବର