ମାଲକାନଗିରି: ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ଥିବା ସୀତାକୁଣ୍ଡର ପାଣି ଯିବ ଅଯୋଧ୍ୟା। ଆଉ ଏହି ପାଣି ନେବେ ଅଯୋଧ୍ୟାରୁ ଆସିଥିବା ସାଧୁସନ୍ଥ। ସାଧୁସନ୍ଥମାନେ ଶ୍ରୀଲଙ୍କାରୁ ଯାତ୍ରା ଆରମ୍ଭ କରିଥିବା ବେଳେ ଆଜି ବଣ୍ଡାଘାଟିରେ ପହଞ୍ଚିଛନ୍ତି। ଏହି ସମାରୋହରେ ଯୋଗ ଦେବା ପାଇଁ ବଣ୍ଡାଘାଟିରେ ପହଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଆଜି ଦିନ ୧୧ ଟା ସମୟରେ ବଣ୍ଡାଘାଟିର ସୀତାକୁଣ୍ଡରେ ପହଞ୍ଚି ସାଧୁସନ୍ଥଙ୍କ ସହ ରାଜ୍ୟପାଳ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରାଜ୍ୟପାଳ ଏଠାରୁ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଲାଗି ସୀତାକୁଣ୍ଡରୁ ଜଳ ସଂଗ୍ରହ କରିଛନ୍ତି। ଏହାଛଡ଼ା ସେ ଶ୍ରୀରାମ ବନ ଗମନ କାବ୍ୟଯାତ୍ରାର ଶୁଭାରମ୍ଭ ବି କରିଛନ୍ତି। ସୀତାକୁଣ୍ଡର ପାଣି ରାମନବମୀ ଦିନ ଅଯୋଧ୍ୟାରେ ପହଞ୍ଚିବ।

Advertisment

publive-image
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଗସ୍ତ ଲାଗି ମାଓପ୍ରବଣ ବଣ୍ଡାଘାଟିରେ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ, ପୌରାଣିକ କଥାବସ୍ତୁ ଅନୁଯାୟୀ ଶ୍ରୀରାମଚନ୍ଦ୍ର ବନବାସ ସମୟରେ ଯେଉଁ ଯେଉଁ ସ୍ଥାନରେ ସମୟ ବିତାଇଥିଲେ, ସେହିସବୁ ସ୍ଥାନରୁ ଅଯୋଧ୍ୟାକୁ ପାଣି ଅଣାଯାଉଛି। ଓଡ଼ିଶାର ଏକମାତ୍ର ସ୍ଥାନ ସୀତାକୁଣ୍ଡର ଜଳ ନେବା ପାଇଁ ସ୍ଥିର ହୋଇଛି। ଶ୍ରୀଲଙ୍କାଠାରୁ ଅଯୋଧ୍ୟା ପର୍ଯ୍ୟନ୍ତ କିଛି ସ୍ଥାନକୁ ସାଧୁସନ୍ଥମାନେ ରଥରେ ଶିବରାତ୍ରୀ ଦିନଠାରୁ ଶ୍ରୀଲଙ୍କାରୁ ଯାତ୍ରା ଆରମ୍ଭ କରିଥିବା ବେଳେ ରାମନବମୀ ଦିନ ଅଯୋଧ୍ୟାରେ ପହଞ୍ଚିବ ଏହି ରଥ।