ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌

ଭୁବନେଶ୍ୱର: ବିଶିଷ୍ଟ ରାଜନେତା ତଥା ଭୂତପୂର୍ବ ମନ୍ତ୍ରୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଶନିବାର ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ ପରିବାରବର୍ଗ ଓ ଆତ୍ମୀୟସ୍‌ଜନଙ୍କୁ ସମବେଦନା ଜଣାଇଛନ୍ତି।

ପାଟକୁରା ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରଓ୍ଵାଲ୍‌ଙ୍କ ଶନିବାର ପୂର୍ବାହ୍ନରେ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି।

ସେ ଟୁଇଟ୍‌ କରିଛନ୍ତି: ବରିଷ୍ଠ ରାଜନେତା ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ସେ ଥିଲେ ବିଜୁବାବୁଙ୍କର ଘନିଷ୍ଠ ଏବଂ ଦୀର୍ଘ ଦିନ ଧରି ଲୋକଙ୍କ ସେବା କରିଛନ୍ତି। ତାଙ୍କ ପରି ଜଣେ ମାର୍ଗଦର୍ଶକଙ୍କୁ ହରାଇବା ବ୍ୟକ୍ତିଗତ ଭାବେ ମୋ ପାଇଁ ଏବଂ ଦଳ ପାଇଁ ଏକ ଅପୂରଣୀୟ କ୍ଷତି।

ଏହି ଶୋକ ସମୟରେ ସ୍ୱର୍ଗୀୟ ବେଦ ପ୍ରକାଶଙ୍କ ପରିବାର ଲୋକଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ କେନ୍ଦ୍ରାପଡ଼ା ଏବଂ ତାଙ୍କୁ ଭଲପାଉଥିବା ଓ ସମ୍ମାନ ଦେଇଆସିଥିବା ପାଟକୁରାବାସୀଙ୍କୁ ସହ ମୁଁ ଛିଡ଼ା ହୋଇଛି।

ସମ୍ବନ୍ଧିତ ଖବର