ରାଇରଙ୍ଗପୁର: ବିଳମ୍ବ ହେଉ ପଛେ ଚାନ୍ଦିନୀକୁ ମିଳିବ ନ୍ୟାୟ। ରାଜ୍ୟପାଳ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଏସଏସଡିଙ୍କୁ। କିଏ ବା ଭୁଲି ପାରିବ ସେହିଦିନକୁ ଶୋକସଭାରେ ଭସାଇ ଦେଇ ଚାଲି ଯାଇଥିଲା ସେହି ୧୨ ବର୍ଷର କୁନି ଝିଅ ଚାନ୍ଦିନୀ । ଯିଏ ସମସ୍ତଙ୍କୁ ଛାଡି ଚାଲି ଯାଇଥିଲା ଆରପାରିକୁ,କିନ୍ତୁ କିଏ ବା ଅଟକାଇ ପାରିବ ବିଧାତାର ବିଧିକୁ। ଏପ୍ରିଲ ମାସ ୨୬ ତାରିଖ ୨୦୨୪ ପାଖାପାଖି ଅର୍ଦ୍ଧ ରାତ୍ରିରେ ହଠାତ ଗୋଟିଏ କାର ଆସି ପହଞ୍ଚିଥିଲା ମାନବିର ଆଶ୍ରମ ସ୍କୁଲ୍ ଫାଟକ ସମ୍ମୁଖରେ। ଗ୍ରାମର ଲୋକେ କାର ପାଖକୁ ଯାଇ ଦେଖନ୍ତି ତୋ କାରର ଡିକିରେ ରଖା ହୋଇଛି ଗୋଟିଏ କୁନି ଝିଅର ଶବ। ସମସ୍ତେ ଦେଖିଲା ବେଳକୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ସାନ କୁଲେଇବିରା ଗ୍ରାମର ବେବର୍ତ୍ତା ଅଲ୍ଡାଙ୍କ ଛୋଟ ଝିଅ ଚାନ୍ଦିନୀ, ଯିଏ ମାନବିର ଆଶ୍ରମ ବିଦ୍ୟାଳୟରେ ସପ୍ତମ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲା।
Advertisment
ତେବେ ସେଦିନ ସେ କୁନି ଝିଅଟି ଆରପାରିକୁ ଯିବାରେ ପରିବାର ଏବଂ ଗ୍ରାମବାସୀଙ୍କୁ ଯେତିକି ଦୁଃଖ ଲାଗି ନଥିଲା ତା ଠାରୁ ଅଧିକ ଦୁଃଖ ଲାଗି ଥିଲା ତାକୁ ବିଦ୍ୟାଳୟ କର୍ତ୍ତୃପକ୍ଷମାନେ ଅମାନବୀୟ ଭାବେ ଡ଼ିକିରେ ନେଇ ଆସିବା। ଏହି ସମୟରେ ଫାଟକ ସମ୍ମୁଖରେ ପରିବାର ଏବଂ ଗ୍ରାମବାସୀଙ୍କ ପାଖରେ ଜନଆକ୍ରୋଶ ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ ବୁଝା ସୁଝା କରିବା ପରେ ପରିବାର ଲୋକେ ଶବଟିକୁ ଘରକୁ ନେଇ ଯାଇଥିଲେ ସତ କିନ୍ତୁ ଚାନ୍ଦିନୀଙ୍କ ବଡ଼ ଭଉଣୀ ଲକ୍ଷ୍ମୀ ଆଲ୍ଡା ଏହାକୁ ସହଜରେ ଗ୍ରହଣ କରି ପାରିନଥିଲେ। ନ୍ୟାୟ ପାଇବା ଆଶାରେ ସେମାନେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପୁଲିସ ମହାନିର୍ଦ୍ଦେଶକ, ଓଡ଼ିଶା ମାନବ ଅଧିକାର ଆୟୋଗ, ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ।
ବର୍ତ୍ତମାନ ପରିବାର ମଧ୍ୟରେ ନ୍ୟାୟ ପାଇପାରିବେ ବୋଲି ଏକ ପ୍ରକାର ଆଶାର ସଂଚାର ଆସିଛି ବୋଲି କହିଛନ୍ତି। କାରଣ କିଛି ଦିନ ପୂର୍ବରୁ  ରାଜ୍ୟପାଳ ଏସଏସଡିଙ୍କୁ ଉକ୍ତ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପୁଲିସ ଅଧିକାରୀମାନେ ତାଙ୍କ ଘରକୁ ଯାଇ ତଦନ୍ତ କରିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ଚାନ୍ଦିନୀଙ୍କ ବଡ଼ ଭଉଣୀ ଲକ୍ଷ୍ମୀ। ତେବେ ସମସ୍ତ ଖବର ସମ୍ବାଦରେ ପ୍ରକାଶ କରିଥିବାରୁ ରାଜ୍ୟ ସରକାର ଗଠନ ହୋଇ ମାତ୍ର କେଇଟା ଦିନ ଭିତରେ ଗରିବଙ୍କ ନ୍ୟାୟ ପାଇଁ ପଦକ୍ଷେପ ନେଇଥିବାରୁ ସରକାରଙ୍କୁ ମଧ୍ୟ ଧନ୍ୟବାଦ୍ ଜଣାଇଛନ୍ତି । ତେବେ ଦେଖିବାକୁ ବାକି ରହିଲା  ତଦନ୍ତକାରୀ ଏସଏସଡି କେତେ କେବେ ଚାନ୍ଦିନୀଙ୍କୁ ନ୍ୟାୟ ଦେବାରେ ସଫଳ ହେଉଛନ୍ତି ଏହାରି ଉପରେ ପରିବାର, ଅଞ୍ଚଳ ବାସୀ, ତଥା ଓଡ଼ିଶା ବାସୀଙ୍କ ଅପେକ୍ଷା ରହିଛି ଚାନ୍ଦନୀକୁ  କେବେ ମିଳିବ ନ୍ୟାୟ ?