ଅମ୍ଫାନ୍‌ ରିଲିଫ୍‌ ପାଇଁ ରାଜ୍ୟପାଳ ଗଣେଶୀ ଲାଲ୍‌ ୧୧ ଲକ୍ଷ ଟଙ୍କା ପ୍ରଦାନ କଲେ

ଭୁବନେଶ୍ବର : ମହାବାତ୍ୟା ଅମ୍ଫାନ୍‌ରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ରିଲିଫ୍‌ ଓ ପୁନର୍ବାସ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ୧୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟପାଳଙ୍କ ଇଚ୍ଛାଧୀନ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯାଇଛି। ପୂର୍ବରୁ ରାଜ୍ୟପାଳ ପ୍ରଫେସର୍‌ ଲାଲ୍‌ କୋଭିଡ୍‌-୧୯ ମହାମାରୀ ପାଇଁ ୨୧ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର