ପୁରୁଣା ଭୁବନେଶ୍ବର : ଗାଇଏ… ଗଣପତି ଜଗନନ୍ଦନ, ଶଙ୍କର ସୁମନ ଭବାନୀ କି ନନ୍ଦନ… ଗାଇଏ ଗଣପତି ଜଗନନ୍ଦନ...। ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଆଜି ଏହି ଭଜନ ଗାଇ ବିଘ୍ନ ବିନାଶକଙ୍କୁ ବନ୍ଦନା କରିଛନ୍ତି। ସେ ଗଜାନନଙ୍କୁ ଆଳତି କରି ପୂଜାର୍ଚ୍ଚନା କରିଛନ୍ତି। ବ୍ରାଇଟ୍ ଷ୍ଟାର୍ ୟୁଥ୍ ଆସୋସିଏସନ୍ ପକ୍ଷରୁ ବଡ଼ଗଡ ଗ୍ରାମରେ ଚାଲିଥିବା ଗଣେଶ ପୂଜାରେ ଆଜି ସଂଧ୍ୟାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଉତ୍ତରୀୟ ଓ ମୁକୁଟ ପିନ୍ଧାଯାଇ ସମ୍ବର୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ସଂଗ୍ରାମ ମାର୍ଥା, ଉପଦେଷ୍ଟା ଦିଲୀପ ହାଲି, ହାଇକୋର୍ଟ ଆଇଜୀବୀ ଶରତ ଗଜେନ୍ଦ୍ର, ପୂର୍ଣ୍ଣଚନ୍ଦ୍ର ଜେନା, ଉମା ପଟ୍ଟନାୟକ, ରାଣାପ୍ରତାପ ପାତ୍ର, ସମରେଶ ବେଉରା, ଆଦିତ୍ୟ ଗଜେନ୍ଦ୍ର, କର୍ପୋରେଟର୍ ଅମରେଶ ଜେନାଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଚଳିତବର୍ଷ ଏଠାରେ ନିର୍ମିତ ୫୧ ଫୁଟ୍ର ଗଣେଶ ମୂର୍ତ୍ତି ରାଜଧାନୀର ମୁଖ୍ୟ ଆକର୍ଷଣ ପାଲଟିଛି। ଅନୁଷ୍ଠାନ ପକ୍ଷରୁ ୪ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି।
ଗଣେଶଙ୍କୁ ବନ୍ଦିଲେ ରାଜ୍ୟପାଳ ଗଣେଶୀଲାଲ
/sambad/media/post_attachments/wp-content/uploads/2022/09/m14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)