ଶ୍ରୀମନ୍ଦିରରେ ରାଜ୍ୟପାଳ, ସୁଷମାଙ୍କ ଆତ୍ମାର ସଦ୍‌ଗତି କାମନା କଲେ

ପୁରୀ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଆଜି ସପରିବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବର୍ଗୀୟା ସୁଷମା ସ୍ବରାଜଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ବିଶ୍ବର ମଙ୍ଗଳ କାମନା କରିଥିଲେ। ମହାପ୍ରଭୁଙ୍କ ଦର୍ଶନ ପରେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ପ୍ରସ୍ତୁତ ବାଲୁକା କଳା ବୁଲି ଦେଖିଥିଲେ ରାଜ୍ୟପାଳ ଦମ୍ପତି।

ଅପରାହ୍ଣ ପ୍ରାୟ ୨ଟାରେ ରାଜ୍ୟପାଳ, ତାଙ୍କ ଧର୍ମପତ୍ନୀ ଓ ଅନ୍ୟ ପରିବାର ସଦସ୍ୟଙ୍କ ସହ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ମହାପ୍ରଭୁଙ୍କୁ ଦର୍ଶନ ପରେ ରାଜ୍ୟପାଳ ବଟବୃକ୍ଷ ତଳେ କିଛି ସମୟ ବିତାଇଥିଲେ। ଦର୍ଶନ ପରେ ଗଣମାଧ୍ୟମକୁ ରାଜ୍ୟପାଳ କହିଛନ୍ତି, ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପରଲୋକଗତା ସୁଷମା ସ୍ବରାଜଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଏଭଳି ବ୍ୟକ୍ତିତ୍ବ ବିଶ୍ବମାତାକୁ ବରଦାନ ସ୍ବରୂପ ଦିଅନ୍ତୁ ବୋଲି ପ୍ରାର୍ଥନା କରିଥିଲି। ସ୍ବର୍ଗତା ସ୍ବରାଜଙ୍କ ସହ ମୁଁ ବ୍ୟକ୍ତିଗତ ଭାବେ ମିଶିଛି। ତାଙ୍କ ଭଳି ବ୍ୟକ୍ତିତ୍ବ ନିଆରା ବୋଲି ରାଜ୍ୟପାଳ ଭାବପ୍ରବଣ ହୋଇ କହିଥିଲେ।

ସମ୍ବନ୍ଧିତ ଖବର