ଦେବଗଡ଼: ରାଜ୍ୟପାଳ ଆଜି ଦେବଗଡ଼ ଜିଲ୍ଲା ଗସ୍ତରେ ଆସିଥିବାବେଳେ ଜଣେ ବାପା ମା ନଥିବା ଆଦିବାସୀ ଛାତ୍ରୀଙ୍କୁ ଏକ ଲକ୍ଷ ଟଙ୍କା ସହାୟତା ପାଇଁ ଘୋଷଣା କରିଥିବା ଜଣାପଡ଼ିଛି । ରାଜ୍ୟପାଳ ବାରକୋଟ ବ୍ଳକ ବଳମ ଗ୍ରାମଠାରେ ଚାଷୀମାନଙ୍କ ସହିତ ଆଲୋଚନା କରୁଥିଲେ। ଏହି ସମୟରେ ଏକ ମହିଳା ଏକ ଅସହାୟ ଆଦିବାସୀ ବାଳିକା ଉପରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ନୂଆଗାଁ ଆବାସିକ ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିବା ପୂଜା କିସାନଙ୍କ ବାପା ୨୦୧୧ ମସିହାରେ ମୃତ୍ୟୁ ବରଣ କରିଥିବାବେଳେ ମା ଗତ ୨୦୨୩ ମସିହାରେ ମୃତ୍ୟୁବରଣ କରିଥିବା ଅବଗତ କରାଇଥିଲେ । ରାଜ୍ୟପାଳ ମହିଳାଙ୍କ କଥାକୁ ଧୈର୍ଯ୍ୟର ସହିତ ଶୁଣି ଭାବବିହ୍ଵଳ ହୋଇ ପଡିଥଲେ । ଉକ୍ତ ଆଦିବାସୀ ବାଳିକାଙ୍କ ପାଇଁ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ରାଜ୍ୟପାଳ ଘୋଷଣା କରିବା ସହ ସମାଜରେ ଥିବା ଏପରି ବ୍ୟକ୍ତିଙ୍କୁ ସହାୟତା ଓ ସହଯୋଗ ପାଇଁ ପରାମର୍ଶ ଦେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/4c28b7ea-9141-4807-a22f-440fe1afc6cb.jpg)