ଭୁବନେଶ୍ବର: ମହାମହିମ ରାଜ୍ୟପାଳଙ୍କ ଚାଇଲ୍ଡ ଆଣ୍ଡ ଓମେନ ଡେଵେଲପମେଣ୍ଟ ସୋସାଇଟିର ଲୋଗୋ ଆଉ ପ୍ରକଳ୍ପ ଦେବଦୂତ୍ତକୁ ଉନ୍ମୋଚନ କରିଛନ୍ତି। ଆମେ ସମସ୍ତେ ଭାରତୀୟ ଆଉ ଆମେ ଆମର ନିସ୍ଵାର୍ଥପର ସେବା ପାଇଁ ବିଶ୍ଵରେ ପରିଚିତ ଓ ସେବା ହିଁ ଏକମାତ୍ର ମାଧ୍ୟମ ଯେଉଁଥିରେ ଆମେ ଈଶ୍ବରଙ୍କୁ ପ୍ରାପ୍ତ କରି ପାରିବା ଓ ଆମ ସମସ୍ତଙ୍କ ପ୍ରଚେଷ୍ଟାରେ ଯଦି ଜଣେ ବ୍ୟକ୍ତି ତାର ସାମର୍ଥ୍ୟ ଅନୁସାରେ ଜଣେ ବ୍ୟକ୍ତିକୁ ସହଯୋଗ କରିବାକୁ ଆଗେଇ ଆସେ ତାହେଲେ ଆମେ ଏମିତି ଏକ ସୁସ୍ଥ ସମାଜ ଗଢ଼ିପାରିବା ଯେଉଁଠି ଲୋକେ ସୁଖ ଓ ଶାନ୍ତିରେ ଜୀବନ ଅତିବାହିତ କରିପାରିବେ ବୋଲି ଉନ୍ମୋଚନ ଅବସରରେ ନିଜର ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ।
ଉକ୍ତ ଉନ୍ମୋଚନ ଦିବସରେ ସିଡବ୍ଲ୍ୟଡିଏସର ଚେୟାରମ୍ୟାନ ମେଜର ଡଃ. କଳ୍ପନା ଦାସ ମହାମହିମଙ୍କୁ ଲୋଗୋର ମୁମେଣ୍ଟେୋ ସ୍ମୃତି ସ୍ଵରୂପ ପ୍ରଦାନ କରିଥିଲେ ଓ ସମାଜସେବା ପାଇଁ ଆଗେଇ ଆସିଥିବା ସଙ୍ଗଠନର କର୍ମକର୍ତ୍ତା ମାନଙ୍କୁ ମହାମହିମ ରାଜ୍ୟପାଳ ପ୍ରଂଶସା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/WhatsApp-Image-2022-01-28-at-8.38.42-PM.jpeg)