ଭୁବନେଶ୍ବର: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ପ୍ରଶଂସା କରିଛନ୍ତି। ରାଜସ୍ବ ମନ୍ତ୍ରୀ କହିଛନ୍ତି ରାଜ୍ୟପାଳ ପ୍ରୋଟୋକଲ ପରିଧି ବାହାରକୁ ଆସି ସାଧାରଣ ଲୋକଙ୍କ ସହ କଥା ହେଉଛନ୍ତି। କେବଳ ସରକାରୀ ଦଳ ନୁହେଁ ଆଗକୁ ବିରୋଧୀ ଦଳ ନେତା ଏବଂ ବିଧାୟକଙ୍କ ସହ ମଧ୍ୟ ଆଲୋଚନା କରିବେ।
ପୂର୍ବରୁ ଦେଶର ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କର ଏଭଳି ଉଦାହରଣ ରହିଛି। ପୂର୍ବ ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ଲୋକଙ୍କ ସହ ମିଶୁଥିଲେ। ଏବେ ରାଜ୍ୟପାଳ ଲୋକଙ୍କ ସହଯୋଡ଼ି ହେବା ଏବଂ ସମସ୍ୟା ସାମାଧାନ ନେଇ ଉଦାହରଣ ସୃଷ୍ଟି କରିଛନ୍ତି।
ସିଧାସଳଖ ମନ୍ତ୍ରୀ ଅଧିକାରୀଙ୍କ ସହ ସାକ୍ଷତ କରି ସମୀକ୍ଷା ଆଲୋଚନା କରୁଛନ୍ତି। ବିଧାୟକଙ୍କୁ ଡାକି ମଧ୍ୟ ନିର୍ବାଚନୀ ମଣ୍ଡଳୀ କଥା ଆଲୋଚନା କରୁଛନ୍ତି।
କେବଳ କାଗଜ ପତ୍ର ନୁହେଁ ଗ୍ରାଉଣ୍ଡରେ କେମିତି ଲୋକଙ୍କ କାମ ହେବ ସେ ଦିଗରେ ରାଜ୍ୟପାଳ ଅଧିକ ଗୁରୁତ୍ୱ ଦେଉଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି।
Suresh Pujari | Haribabu Kambhampati
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/24/governor-is-breaking-protocol-and-talking-to-the-common-people-2025-07-24-13-25-20.jpg)