୧୮ରେ ବାଲେଶ୍ବର ଆସୁଛନ୍ତି ରାଜ୍ୟପାଳ

ବାଲେଶ୍ବର: ଆସନ୍ତା ୧୮ ତାରିଖରେ ବାଲେଶ୍ବର ଗସ୍ତରେ ଆସୁଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ। ଏହି ଗସ୍ତରେ ସେ ସୋର ବ୍ଲକ ବିଷ୍ଣୁପୁର ହାଇସ୍କୁଲ ଏବଂ ସିମୁଳିଆ ବ୍ଲକ କ୍ଷୀରକୋଣା ସ୍ଥିତ ୟୁଏନ୍‌ ସରକାରୀ ହାଇସ୍କୁଲର ସୁବର୍ଣ୍ଣଜୟନ୍ତୀ ସମା‌େରାହରେ ଉଦ୍‌ଘାଟନ କରିବା ସହିତ ପୂର୍ବତନ ଶିକ୍ଷକଶିକ୍ଷୟିତ୍ରୀଙ୍କ ସମ୍ବର୍ଦ୍ଧିତ କରିବେ।

ରାଜ୍ୟପାଳଙ୍କ ସେଦିନ ସକାଳ ୧୦ଟାରେ କାର୍‌ଯୋଗେ ଭୁବନେଶ୍ବରରୁ ବାହାରି ଦିନ ‌୧ଟାରେ ସିମୁଳିଆ ସ୍ଥିତ ଡାକବଙ୍ଗଳାରେ ପହଞ୍ଚିବେ। ସେଠାରେ ଜିଲ୍ଲାପାଳ ଓ ଏସ୍‌ପି ତାଙ୍କୁ ସ୍ବାଗତ କରିବେ। ଏହାପରେ ସେଠାରେ ଦ୍ବି-ପ୍ରହର ଭୋଜନ ସାରି ବିଷ୍ଣୁପୁର ହାଇସ୍କୁଲରେ ପହଞ୍ଚି‌େବ। ସେହିପରି ସଂଧ୍ୟା ୫ଟା ୫୦ରେ ରାଜ୍ୟପାଳ ବ୍ଲକ କ୍ଷୀରକୋଣା ସ୍ଥିତ ୟୁଏନ୍‌ ସରକାରୀ ହାଇସ୍କୁଲରେ ପହଞ୍ଚି କାର୍ଯ୍ୟକ୍ରମରେ ଯୋଗ ଦେଇସାରିବା ପରେ ସାଢ଼େ ୬ଟା ବେଳେ ଭୁବନେଶ୍ବର ଫେରିବେ ବୋଲି ସୂଚୀ ଜାରି କରାଯାଇଛି।

ସମ୍ବନ୍ଧିତ ଖବର