ଭୁବନେଶ୍ବର: ରାଜ୍ୟପାଳ ହରିବାବୁ କମ୍ଭମପତି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ଭେଟିଛନ୍ତି। ବ୍ୟକ୍ତିଗତ ସମ୍ପର୍କ କାରଣରୁ ରାଜ୍ୟପାଳ ଆସିଥିଲେ ବୋଲି ଆଇନମନ୍ତ୍ରୀ କହିଛନ୍ତି। ରାଜ୍ୟପାଳଙ୍କ ସହ ଭେଟ ସମ୍ପୂର୍ଣ୍ଣ ପାରିବାରିକ ଓ ବ୍ୟକ୍ତିଗତ ଥିଲା।
ତେବେ ରାଜ୍ୟପାଳ ଆଇନ ବିଭାଗ ସମ୍ପର୍କରେ ଆଲୋଚନା କରିଛନ୍ତି। ବିଭାଗର କାମ କିଭଳି ଭଲ ଭାବରେ ଚାଲିପାରିବ ସେନେଇ ବି ଆଲୋଚନା କରିଥିବା ଆଇନ ମନ୍ତ୍ରୀ କହିଛନ୍ତି।
ମନ୍ତ୍ରିମଣ୍ଡଳ ବଦଳିବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ । ସେ ନିଷ୍ପତ୍ତି ତାଙ୍କର। ଖୁବଶୀଘ୍ର ହୋଇପାରେ, କିମ୍ବା ବିଳମ୍ବ ମଧ୍ୟ ହୋଇପାରେ। ଦଳର ସଭାପତି ମଧ୍ୟ ଏହା ଉପରେ ସ୍ପଷ୍ଟ କରିସାରିଛନ୍ତି। ଖାଲି ଥିବା ନିଗମର ପଦବୀ ମଧ୍ୟ ପୂରଣ ପାଇଁ ଆଲୋଚନା ହୋଇଛି ବୋଲି ଆଇନମନ୍ତ୍ରୀ କହିଛନ୍ତି।
Hari Babu Kambhampati | Prithiviraj Harichandan
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/21/governor-meets-law-minister-2025-07-21-21-58-38.jpg)