ରାଜ୍ୟପାଳଙ୍କ ଭାଷଣରେ ବିକାଶର ଚିତ୍ର

ଅଭିବୃଦ୍ଧିର ଗତି ଜାତୀୟ ହାର ତୁଳନାରେ ଅଧିକ, ଏପ୍ରିଲ ପହିଲାରୁ ବିନା ସୁଧରେ ଚାଷୀଙ୍କୁ ଋଣ, ୨୦୦୦ ପରର ଓଡ଼ିଶାର ପରିବର୍ତନ ବଖାଣିଲେ

ଭୁବନେଶ୍ବର : ରାଜ୍ୟ ସରକାର ଏକ ପ୍ରତିଶତ ସୁଧରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ େଯାଗାଇ ଆସୁଥିେଲ। ଆସନ୍ତା ଏପ୍ରିଲ ପହିଲାରୁ ବିନା ସୁଧରେ ଚାଷୀଙ୍କୁ ଏହି ଋଣ ପ୍ରଦାନ କରାଯିବ।

ପ୍ରଫେସର ଗଣେଶୀ ଲାଲ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଆଜି ବିଧାନସଭାରେ ପ୍ରଥମ ଅଭିଭାଷଣ ରଖି ଏହି ସୂଚନା େଦଇଛନ୍ତି। ଚାଷୀଙ୍କ ପାଇଁ ରାଜ୍ୟ ସରକାର କି କି ପଦକ୍ଷେପ େନଇଛନ୍ତି, ସେ ସଂପର୍କରେ ଅବତାରଣା କରିବା ସହିତ ଏକଥା ବି ଦାବି କରିଛନ୍ତି େଯ ଓଡ଼ିଶା ଅର୍ଥନୀତିରେ ନିରନ୍ତର ଅଭିବୃଦ୍ଧି ଘଟୁଛି। ଜାତୀୟ ହାର ତୁଳନାରେ ଅଧିକ।

କେବଳ ସେତିକି ନୁେହଁ, ରାଜ୍ୟପାଳ କହିଛନ୍ତି, ଜୀବନ ନିର୍ବାହରୁ ପ୍ରତିେପାଷଣ ପର୍ଯ୍ୟନ୍ତ, ପ୍ରତିେପାଷଣରୁ ଉଦବୃତ୍ତ ଆମ ପରିବର୍ତନର ଗତି ଅସାଧାରଣ ଓ ଅଭିବୃଦ୍ଧି ବି ସାମଗ୍ରିକ। ବର୍ତମାନ ଜାତୀୟସ୍ତରରେ ଏପରିକି ବିଶ୍ବସ୍ତରରେ ନିଜକୁ ପ୍ରତିପାଦିତ କରିଥିବା ଏକ ପ୍ରଗତିଶୀଳ ରାଜ୍ୟ ଭାବେ ଓଡ଼ିଶା ଉଭା େହାଇଛି। ସରକାର ବିଭିନ୍ନ ସାମାଜିକ ଅର୍ଥନୈତିକ ଜନକଲ୍ୟାଣକାରୀ ପଦକ୍ଷେପ ମାଧ୍ୟମରେ ଦାରିଦ୍ର୍ୟ ଦୂରୀକରଣ, ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି, ଆଞ୍ଚଳିକ ବୈଷମ୍ୟ ଓ ଲିଙ୍ଗ ପ୍ରଭେଦ ହ୍ରାସ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସ୍ଥିରତା କାରଣରୁ ଉନ୍ନତି ଓ ଅଭିବୃଦ୍ଧି ପାଇଁ ସୁେଯାଗ ସୃଷ୍ଟି େହାଇଛି। ପରିବର୍ତିତ ସମୟ ସରକାରକୁ ଦାୟିତ୍ବସମ୍ପନ୍ନ ଓ ଉତ୍ତରଦାୟୀ କରିପାରିଛି। ଏଥିପାଇଁ ଜନସାଧାରଣଙ୍କର ସହଭାଗିତା ବି ରହିଛି। ଓଡ଼ିଶା ସରକାର ଜନସାଧାରଣଙ୍କ ସଶକ୍ତୀକରଣ ସହିତ ସମସ୍ତ ଅଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ।

ଦୀର୍ଘ ୧ ଘଣ୍ଟା କାଳ ରାଜ୍ୟପାଳ ତାଙ୍କ ଅଭିଭାଷଣ ରଖିଥିଲେ। ସରକାରଙ୍କୁ ପ୍ରଶଂସାରେ େପାତି ପକାଇ ରାଜ୍ୟପାଳ ୨୦୦୦ ମସିହା ପରଠାରୁ ଓଡ଼ିଶାର ପରିବର୍ତନ ଯାତ୍ରା ସଂପର୍କରେ ଚିତ୍ର ରଖିଥିଲେ। ବାତ୍ୟା ମୁକାବିଲା, କୃଷି କର୍ମଣ ପୁରସ୍କାର, କୃଷକଙ୍କ ଆୟ ଦ୍ବିଗୁଣିତ େହବା, ଦଶନ୍ଧିରୁ କମ ସମୟରେ ୨୪.୬୧% ଦାରିଦ୍ର୍ୟ ହ୍ରାସ, ସର୍ବାଧିକ ଶିଳ୍ପଭିତ୍ତିକ ଅଭିବୃଦ୍ଧି ହାର ହାସଲ କରିବାରେ େଦଶର ଅନ୍ୟତମ ରାଜ୍ୟ େହବାର ଗୌରବ ଏବଂ ଉତ୍ପାଦନ ପୁଞ୍ଜିନିେବଶ ଆକର୍ଷଣ କରିବାରେ ପ୍ରଥମ ତିନି ରାଜ୍ୟରୁ ଓଡ଼ିଶା ଅନ୍ୟତମ େବାଲି ରାଜ୍ୟପାଳ ସାର୍ଟିଫିକେଟ୍ ଧରାଇଥିଲେ।

ସରକାରଙ୍କ ସଫଳତାର େଗାଲାପି ଚିତ୍ରରେ ୨୦୧୪ ମସିହାରୁ ଏ ମଧ୍ୟରେ ୨୦ଲକ୍ଷ ବାସଗୃହ ନିର୍ମାଣ, ୭୦ଲକ୍ଷ ମହିଳାଙ୍କୁ ନେଇ ମିସନ ଶକ୍ତି, ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା େଯାଜନା, ୯ ଆଦିବାସୀ ବହୁଳ ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ, ୨୦୧୯ ଏପ୍ରିଲ ସୁଦ୍ଧା ୧୦ଲକ୍ଷ ହେକ୍ଟରରୁ ଅଧିକ ଜଳସେଚନ ଲକ୍ଷ୍ୟ ତଥା ଭାରତର କ୍ରୀଡା ରାଜଧାନୀ ଭାବେ ଓଡ଼ିଶା ଉଭା େହବା ଘଟଣା ସଂପର୍କରେ ରାଜ୍ୟପାଳ ଗୃହକୁ ଅବଗତ କରିଥିଲେ।

ରାଜ୍ୟର ଆର୍ଥିକ ସଂସ୍କାର ସଂପର୍କିତ ରଖି ରାଜ୍ୟପାଳ କହିଥିଲେ, ୨୦୦୨-୦୩ ବର୍ଷରେ ରାଜ୍ୟର ଋଣ ଭାର ୫୦.୭% ଥିଲା। ୨୦୧୭-୧୮ରେ ଏହା ୧୭.୮ %କୁ ହ୍ରାସ ପାଇଛି। ଅନୁରୂପ ଭାବେ ରାଜସ୍ବ ପ୍ରାପ୍ତି ଅନୁପାତରେ ସୁଧ ଦେୟ ୨୦୦୧-୦୨ରେ ୪୦.୨% ଥିବା ବେଳେ ୨୦୧୭-୧୮ରେ ଏହା ୫.୯% କୁ ଖସିଆସିଛି।

ରାଜ୍ୟପାଳ ତାଙ୍କ ଅଭିଭାଷଣରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ସୂଚାଇଛନ୍ତି ଓ ନାବାଳିକାଙ୍କ ଉପରେ ସଂଗଠିତ ଯୌନ ନିର୍ଯାତନା େରାକିବା ସହିତ ଜନସାଧାରଣଙ୍କ ଭିତରେ ସଚେତତନା ଆଣିବା ପାଇଁ ‘ପରି ପାଇଁ କଥାଟିଏ’ ନାମରେ କିଭଳି ଅଭିନବ ଅଭିଯାନ ଆରମ୍ଭ େହାଇଛି, େସକଥା କହିଛନ୍ତି।

ରାଜ୍ୟପାଳ କୃଷି େକ୍ଷତ୍ରରେ ଅଭିବୃଦ୍ଧି ଓ ରାଜ୍ୟରେ ଦାରିଦ୍ର୍ୟ ହ୍ରାସ ପାଇଁ ସରକାରଙ୍କ କାଳିଆ େଯାଜନା ସଂପର୍କରେ ଠାରିଥିଲେ। କହିଥିେଲ, ଇତିମଧ୍ୟରେ ୧୨.୪୫ଲକ୍ଷ କ୍ଷୁଦ୍ର ତଥା ନାମମାତ୍ର ଚାଷୀ ଓ ପ୍ରାୟ ୫୮୦୦୦ ଭାଗଚାଷୀଙ୍କ ଜମାଖାତାରେ ୫ ହଜାର ଟଙ୍କା ହିସାବରେ ୬୫୨ େକାଟି ଦିଆଯାଇଛି। ଚାଷୀଙ୍କୁ େମାବାଇଲ୍ େଫାନ୍ ଦିଆଯାଇଛି, ମିଲେଟ୍ ମିସନ ବି ଆରମ୍ଭ େହାଇଛି।

ଅନ୍ୟପକ୍ଷରେ ମହାନଦୀ ଓ େପାଲାଭରମ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ସହିତ ଦୃଢ ଭାବରେ ଅଛନ୍ତି େବାଲି ସୂଚାଇ ରାଜ୍ୟପାଳ କହିଥିଲେ ଓଡ଼ିଶା ଜନସାଧାରଣଙ୍କ ସ୍ବାର୍ଥ ରକ୍ଷା ନିମନ୍ତେ ସରକାର ସଂକଳ୍ପବଦ୍ଧ ଅଛନ୍ତି। ଆମ ଗାଁ ଆମ ବିକାଶ େଯାଜନା ଜରିଆରେ ୬୭୯୮ ପଞ୍ଚାୟତକୁ ୧୫୫୪ େକାଟି ମୂଲ୍ୟର ପ୍ରକଳ୍ପ ଅନୁେମାଦନ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନା, ପିଠା କାର୍ଯ୍ୟକ୍ରମ ଆଦି ସ୍ଥାନ ପାଇଛି। ଏଥିରେ ଆହୁରି କୁହାଯାଇଛି, ଓଡ଼ିଶା ମିଲେଟ୍ ମିସନ ସହଯୋଗରେ ଅଙ୍ଗନବାଡି ଶିଶୁଙ୍କୁ ମାଣ୍ଡିଆ ଲଡୁ ଖୁବ୍‌ଶୀଘ୍ର ଦିଆଯିବ। ଆନୁଷ୍ଠାନିକ ପ୍ରସବ େକ୍ଷତ୍ରରେ ଓଡ଼ିଶା ଜାତୀୟ ହାରଠାରୁ ଆଗରେ ରହିଛି।୯୧ ପ୍ରତିଶତ େଲାକ ସରକାରୀ ସ୍ବାସ୍ଥ୍ୟ େସବା ଉପରେ ନିର୍ଭର କରିବା ସଂପର୍କରେ ସୂଚାଇଥିଲେ।

ପ୍ରାରମ୍ଭରେ ରାଜ୍ୟପାଳ ବିଧାୟକମାନଙ୍କୁ ସ୍ବାଗତ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଠାରୁ ଆରମ୍ଭ କରି ପୂର୍ବତନ େଲାକସଭା ବାଚସ୍ପତି, ତାମିଲନାଡୁ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ପୂର୍ବତନ ସଦସ୍ୟ, ସହିଦଙ୍କ ଆରମ୍ଭକରି େହମନ୍ତ କୁମାର ପଣ୍ଡାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଉଲ୍ଲେଖଥାଉକି, ରାଜ୍ୟପାଳ ଅଭିଭାଷଣ ଦେବାର କିଛି ସମୟ ପରେ ବିରୋଧୀ ଦଳ ନେତା ନରସି˚ହ ମିଶ୍ର ଏହାର ପ୍ରତିବାଦ କରିଥିଲେ ଓ ୧୧ଟା ୦୪ରେ କ˚ଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ।

ସଫଳତାର ତାଲିକା
୨୦୧୪ରୁ ଏପର୍ଯ୍ୟନ୍ତ ୨୦ ଲକ୍ଷ ବାସଗୃହ ନିର୍ମାଣ କରି ଅଗ୍ରଣୀ ରାଜ୍ୟ ଓଡ଼ିଶା
୭ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ୭୦ ଲକ୍ଷ ମହିଳାଙ୍କୁ େନଇ ମିସନ ଶକ୍ତି
ସାର୍ବଜନୀନ ସ୍ବାସ୍ଥ୍ୟସେବା ଯୋଜନାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାରେ ଅନନ୍ୟ
ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆରମ୍ଭ ହୋଇଛି ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା
୯ଟି ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି
୨୦୧୯ ଏପ୍ରିଲ ସୁଦ୍ଧା ୫ବର୍ଷରେ ୧୦ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା ପହଞ୍ଚାଇବା ଲକ୍ଷ୍ୟକୁ ଅତିକ୍ରମ କରିବ
ଦେଶର ସ୍ମାର୍ଟସିଟି ତାଲିକାରେ ଭୁବନେଶ୍ବର ନମ୍ବର ଵାନ୍
ଓଡ଼ିଶା ବର୍ତ୍ତମାନ ଭାରତର କ୍ରୀଡ଼ା ରାଜଧାନୀ ହେବା ସହ ସ୍କିଲ୍‌ଡ ଇନ୍ ଓଡ଼ିଶା ଏବେ ଏକ ବିଶ୍ବସ୍ତରୀୟ ବ୍ରାଣ୍ଡ୍‌ ଲାଭ କରିଛି
ଏକ ଦଶନ୍ଧିରୁ କମ ସମୟ ଭିତରେ ସର୍ବାଧିକ ୨୪.୬୧ % ଦାରିଦ୍ର୍ୟ ହ୍ରାସ କରିଛି ଓଡ଼ିଶା
କାଳିଆ େଯାଜନାରେ ୬୫୨ କୋଟି ଟଙ୍କା ଗତ ଜାନୁଆରି ମାସରେ ଚାଷୀଙ୍କ ଆକାଉଣ୍ଟରେ ଜମା କରାଯାଇଛି
୨୦୦୧-୦୨ ତୁଳନାରେ ରାଜ୍ୟରେ ଧାନ ଉତ୍ପାଦନ ଓ ଉତ୍ପାଦକତା ଦୁଇଗୁଣ ହୋଇପାରିଛି
ରାଜ୍ୟର ୧୧ଟି ଆଦିବାସୀ ଜିଲ୍ଲା ଓ ୫୫ଟି ବ୍ଲକରେ ଓଡ଼ିଶା ମିଲେଟ୍ ମିସନ କାର୍ଯ୍ୟକ୍ଷମ ହୋଇଛି
କୃଷକମାନଙ୍କ ଦ୍ବାରା କୃଷି ଯନ୍ତ୍ରପାତିର ଅଭିନବ ଉଦ୍ଭାବନକୁ ପ୍ରୋତ୍ସାହିତ ପାଇଁ ‘ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ’ ପ୍ରଚଳନ
କିଷାନ କ୍ରେଡ଼ିଟ କାର୍ଡ଼କୁ ରୁ-ପେ କିଷାନ କ୍ରେଡିଟ କାର୍ଡ଼ରେ ପରିଣତ କରାଯାଇଛି
ଏପ୍ରିଲ ପହିଲାରୁ କୃଷକଙ୍କୁ ବିନା ସୁଧରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ
ଚାଷୀଙ୍କୁ ୬୦,୦୦୦ ମୋବାଇଲ ଫୋନ ଯୋଗାଇଛନ୍ତି ରାଜ୍ୟ ସରକାର
୫୩,୯୯୨ଟି ଗଭୀର ନଳକୂପକୁ ବିଦ୍ୟୁତ୍‌ ସଂଯୋଗ କରାଯାଇ ଚାଷୀଙ୍କୁ ଯୋଗାଇ ଦିଆଯାଇଛି
ଆମ ଗାଁ ଆମ ବିକାଶରେ ୬୭୯୮ ପଞ୍ଚାୟତକୁ ୧୫୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରାୟ ୭୦ ଲକ୍ଷ ପରିବାର ଅର୍ଥାତ ସାଢ଼େ ୩ କୋଟି ଲୋକଙ୍କୁ ଚିକିତ୍ସା ସୁବିଧା
ମମତା ଯୋଜନାରେ ୧୬୫୫.୨୮ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଜମା କରାଯାଇଛି
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ୫୦ ହଜାର କଳାକାରଙ୍କୁ ୧୨୦୦ ଟଙ୍କା େଲଖାଏ ସହାୟତା
ପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ସ୍ଥାପନ ନିମନ୍ତେ ଶୁଭ ଦିଆଯାଇଛି
ମହାତ୍ମାଗାନ୍ଧୀଙ୍କ ଜନ୍ମତିଥିର ୧୫୦ତମ ବାର୍ଷିକୀ ପାଳନ ପାଇଁ ଦୁଇବର୍ଷ ଧରି ରାଜ୍ୟସ୍ତରୀୟ ସମାରୋହ ପାଳନ ନିଷ୍ପତ୍ତି
ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ଉପଲକ୍ଷେ ଡାକ ଟିକଟ ଓ ସ୍ମାରକ ମୁଦ୍ରା ଉନ୍କୋଚିତ
ମୋ ସ୍କୁଲ ଅଭିଯାନ ଜରିଆରେ ୮୦୫୦ ପୁରାତନ ଛାତ୍ରଛାତ୍ରୀଙ୍କଠାରୁ ମିଳିଛି ୨୧ କୋଟି
ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ୯୦ ହଜାର ଲାପ୍‌ଟପ୍ ପ୍ରଦାନ
ମହାନଦୀର ସୁରକ୍ଷା ଓ ସଂରକ୍ଷଣ ପାଇଁ ମହାନଦୀ ସବୁଜ ବଳୟ ସୃଷ୍ଟି କରାଯାଇଛି
ଶାଳପତ୍ର ସଂଗ୍ରହ ଉପରେ ଲାଗୁ ହେଉଥିବା ରୟାଲଟିକୁ ସମ୍ପୂର୍ଣ୍ଣ ଛାଡ଼
ଆଞ୍ଚଳିକ ବୈଷମ୍ୟ ହ୍ରାସ ପାଇଁ ପଶ୍ଚିମ ଓଡ଼ିଶାରେ ୧୦୦ କୋଟି ଟଙ୍କା ବ୍ୟୟବରାଦ

ସମ୍ବନ୍ଧିତ ଖବର