ପୁରୀରେ ରାଜ୍ୟପାଳ

ପୁରୀ : ଆଜି ପୁରୀରେ ଆସି ପହଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଆସନ୍ତାକାଲି ସେ ପୁରୀ ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟପାଳ ମଠକୁ ଆସି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବେ। ବଦ୍ରିନାଥ ଗସ୍ତରେ ଥିବା ଶଙ୍କରାଚାର୍ଯ୍ୟ ଆସନ୍ତାକାଲି ପୁରୀରେ ପହଞ୍ଚିବା ପରେ ରାଜ୍ୟପାଳଙ୍କ ସହିତ ସାକ୍ଷାତ ଆଲୋଚନା କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିବା ଶଙ୍କରାଚାର୍ଯ୍ୟଙ୍କ ମୁଖପାତ୍ର ମନୋଜ କୁମାର ରଥ ସୂଚନା ଦେଇଛନ୍ତି। ଆସନ୍ତାକାଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ରାଜ୍ୟପାଳ ଆଜିଠାରୁ ପୁରୀ ରାଜଭବନରେ ରଥଯାତ୍ରା ପର୍ଯ୍ୟନ୍ତ ରହିବେ। ତେବେ ରାଷ୍ଟ୍ରପତି କୋବିନ୍ଦଙ୍କ ଗସ୍ତ ପୂର୍ବରୁ ଯେଉଁ ରାଜଭବନକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା ସେହି ରାଜଭବନରେ ରାଜ୍ୟପାଳ କିପରି ରହିବେ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି।

ସମ୍ବନ୍ଧିତ ଖବର