ଭୁବନେଶ୍ୱର: ଏକ ନୂତନ ଓ ସଶକ୍ତ ଓଡ଼ିଶା ଗଠନ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ଉଲ୍ଲେଖ କରି ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ ଏଭଳି ଏକ ଓଡ଼ିିଶା ଗଠନ ପାଇଁ ଦ୍ରୁତ ପରିବର୍ତ୍ତନ ଯାତ୍ରାରେ ବିଧାୟକମାନେ ଧ୍ୟାନ କେନ୍ଦ୍ରୀଭୂତ କରିବା ପାଇଁ ନିବେଦନ କରଛନ୍ତି।

Advertisment

ଆଜି ନବଗଠିତ ବିଧାନସଭାରେ ତାଙ୍କର ପାରମ୍ପରିକ ଅଭିଭାଷଣ ପ୍ରଦାନ କରି ରାଜ୍ୟପାଳ କହିଲେ ଯେ, ଦଳଗତ କାର୍ଯ୍ୟ (ଟିମ୍‌ ଓ୍ଵାର୍କ), ସ୍ୱଚ୍ଛତା (ଟ୍ରାନପରେନ୍ସି), ବୈଷୟିକ ଜ୍ଞାନ କୌଶଳ(ଟେକ୍ନୋଲଜି),ପ୍ରୟୋଗରେ ନିର୍ଦ୍ଧାରିତ ସମୟରେଖା ମଧ୍ୟରେ ପରିବର୍ତ୍ତନ (ଟ୍ରାନ୍ସଫର୍ମେସନ୍‌)ହାସଲ କରିବା ପାଇଁ ରାଜ୍ୟ ସରକାର ଏକ ତାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଞ୍ଚମ ଆଭିମୁଖ୍ୟ ସମୟ (ଟାଇମ୍‌)ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରିଛନ୍ତି। ନିଯୁକ୍ତ ସୁଯୋଗ ସୃଷ୍ଟି ଉପରେ ସମୁଚିତ ଗୁରୁତ୍ୱାରୋପ କରି ରାଜ୍ୟ ସରକାର ଏକ ଦୂରଦୃଷ୍ଟି ସଂପନ୍ନ ନୂତନ ଶିଳ୍ପନୀତି ପ୍ରଣୟନ କରିବାକୁ ଯୋଜନା ରଖିଛନ୍ତି।

ପ୍ରତ୍ୟେକ ପ୍ରମୁଖ କ୍ଷେତ୍ରରେ ସର୍ବୋତ୍ତମ ସୁବିଧା ଥିବା ପାର୍କ ପ୍ରତିଷ୍ଠା କରାଯିବ। ସାରା ରାଜ୍ୟରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ନିମେନ୍ତ ଶିଳ୍ପ କରିଡର୍‌ ସୃଷ୍ଟି କରାଯିବ। ଯୋଗ୍ୟା ଅଣୁ ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ମାନଙ୍କୁ ରିହାତି ସୁଧ ହାରରେ ଋଣ ସରକାରଙ୍କ ଦ୍ୱାରା ଏକ ଉପଯୋଗୀ ଋଣ ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ଉପଯୋଗୀ ଋଣ ରିହାତି ଯୋଜନା କାର୍ଯ୍ୟକାରୀ ହେବ।

publive-image photo-economictimes.indiamates.com

ଟଙ୍କିକିଆ ଚାଉଳ ଯୋଗାଣ ଜାରି ରଖିବା ସହ ଅଧିକ ସ୍ଥାନରେ ନୂତନ ଆହାର କେନ୍ଦ୍ରଗୁଡ଼ିକୁ ପର୍ଯ୍ୟାୟକ୍ରମେ ରାତ୍ରି ଆହାର ବ୍ୟବସ୍ଥା ସଂପ୍ରସାରିତ କରିବା ନିମନ୍ତେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ରାଜ୍ୟର ଜନ ସଂଖ୍ୟା ବୃଦ୍ଧି ଅନୁପାତରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ, ଅବହେଳିତ ତଥା ଯୋଗ୍ୟ ହିତାଧିକାରୀଙ୍କ ଅନ୍ତର୍ଭୁକ୍ତିକୁ ମଧ୍ୟ ରାଜ୍ୟ ସରକାର ସୁନିଶ୍ଚିତ କରିବେ।

ଓଡିଶାର ଯୁବକଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ତଥା ପୁଞ୍ଜି ନିବେଶ ଲାଗି ‘ମେକ୍‌ ଇନ୍‌ ଓଡ଼ିଶା’ ଅଭିଯାନର ଉଭୟ ସଂସ୍କରଣରୁ ମିଳିଥିବା ସଫଳତାକୁ ରାଜ୍ୟ ସରକାର ଆହୁରି ଆଗକୁ ନେବେ। ଛଅଟି ପ୍ରମୁଖ କ୍ଷେତ୍ରରେ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ରାଜ୍ୟ ସରକାର ଆନ୍ତରିକ ଉଦ୍ୟମ କରିବେ ବୋଲି ରାଜ୍ୟପାଳ କହିଥିଲେ।

ମହିଳାମାନଙ୍କର ସଶକ୍ତିକରଣ ବିକାଶର ମୂଳମନ୍ତ୍ର ବୋଲି ଉଲ୍ଲେଖ କରିି ପ୍ରଫେସର୍‌ ଗଣେଶୀ ଲାଲ୍‌ କହିଲେ ଯେ, ମହିଳା ସଶକ୍ତିକରଣକୁ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚାଇବା ପାଇଁ ମିଶନ ଶକ୍ତି ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଯେଭଳି ୫ ହଜାର କୋଟି ଟଙ୍କାର ସରକାରୀ କାମ ପାଇପାରିବେ,ତାହା ରାଜ୍ୟ ସରକାର ସୁନିଶ୍ଚିତ କରିବେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ।

publive-image

ଆସନ୍ତା ୩ ବର୍ଷ ମଧ୍ୟରେ ଚାଲୁ ରହିଥିବା ୫ଟି ନୂତନ ସରକାରୀ ମେଡିକାଲ୍‌ କଲେଜର ନିର୍ମାଣ ଶେଷ କରିବା,ଖାଲିଥିବା ପଦବୀ ପୂରଣ କରିବା ଏବଂ ନୂତନ ପଦବୀ ସୃଷ୍ଟି କରିବା ସରକାରଙ୍କର ଏକ ପ୍ରମୁଖ କାର୍ଯ୍ୟ ହେବ। ଆବଶ୍ୟକ ସଂଖ୍ୟକ ଡ଼ାକ୍ତର, ପାରା ମେଡ଼ିକାଲ୍‌ ଓ ଅନ୍ୟ ବୈଷୟିକ ମାନବସ୍ୱଳ ସୃଷ୍ଟି ଦିଗରେ ରାଜ୍ୟ ସରକାର ଆନ୍ତରିକତା ର ସହ କାର୍ଯ୍ୟ କରିବେ ।

ନିକଟରେ ମିଳିଥିବା ସଫଳତାରେ ବହୁଳ ଭାବରେ ଉତ୍ସାହିତ ମୋ ସରକାର ରାଜ୍ୟର ଉଚ୍ଚତର ଅଭିବୃଦ୍ଧି ଏବଂ ସର୍ବାଙ୍ଗୀନ ବିକାଶ ହାସଲ ଲକ୍ଷ୍ୟକୁ ଆହୁରି ପରିବର୍ଦ୍ଧିତ କରିବେ। ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶୃତିକୁ ପ୍ରତିବଦ୍ଧତା ସହିତ ପାଳନ କରିବା ପାଇଁ ‘‘ମୋ ସରକାର ଶପଥ ଗ୍ରହଣ କରିବା ପରେ ତୁରନ୍ତ ମନ୍ତ୍ରୀ ପରିଷଦର ପ୍ରଥମ ବୈଠକ ଡ଼କାଇ ଇସ୍ତାହାରରେ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକୁ ଅଗ୍ରାଧିକାର ଭାବରେ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ମୋ ସରକାର ପ୍ରତିବଦ୍ଧ’’ବୋଲି ରାଜ୍ୟପାଳ ତାଙ୍କର ଅଭିଭାଷଣରେ କହିଥିଲେ।

ରାଜ୍ୟପାଳ ଠିକ୍‌ ୧୧ଟା ବେଳେ ଗୃହ ମଧ୍ୟକୁ ପ୍ରବେଶ କରିବା ପରେ ତାଙ୍କର ଇଂରାଜୀରେ ମୁଦ୍ରିତ ଅଭିଭାଷଣ ପାଠ କରିଥିଲେ। ତା’ପୂର୍ବରୁ ତାଙ୍କୁ ପୁଲିସ ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର୍‌ ପ୍ରଦାନ କରାଯାଇଥିଲା। ତା’ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ଅନ୍ୟମାନେ ଗୃହକୁ ପାଛୋଟି ଆଣିଥିଲେ।