ଭଦ୍ରକ: ଭଦ୍ରକ ଗସ୍ତ ଦ୍ଵିତୀୟ ଦିନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ଗୃହରେ ପହଞ୍ଚି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ପି ଏମ ଜୀବନ ଜ୍ୟୋତି ବୀମା ଯୋଜନା, ପି ଏମ ଜୀବନ ସୁରକ୍ଷା ବୀମା ଯୋଜନା, ପି ଏମ ଜନ ଧନ ଯୋଜନା, ସ୍ବାସ୍ଥ୍ୟ, କୃଷି, ଜଳସେଚନ, ପାନୀୟ ଜଳ, ଶିକ୍ଷା , ସମାଜ ମଙ୍ଗଳ, ବିଭାଗ ସମେତ ଜାତୀୟ କରଣ ବ୍ୟାଙ୍କ୍ ଏବଂ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଅଗ୍ରଗତି ଉପରେ ଗୁରୁତ୍ବ ଆରୋପ କରି ସଠିକ୍ ବିନିଯୋଗ ହେବା ସହ ପ୍ରକଳ୍ପ ଗୁଡ଼ିକ ତ୍ଵରାନିତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଲୋକଙ୍କ ପାଖରେ ଯେପରି ସରକାରଙ୍କ ସୁଫଳ ପହଞ୍ଚିବ ଆଲୋଚନା କରିଥିଲେ । ବୈଠକରେ ରାଜ୍ୟପାଳଙ୍କ ସହ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ବାସୁଦେବପୁର ବିଧାୟକ ଅଶୋକ ଦାସ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଡିଆଇଜି ଡକ୍ଟର ସତ୍ୟଜୀତ ନାୟକ ପ୍ରମୁଖ ସମୀକ୍ଷା ବୈଠକରେ ଉପସ୍ଥିତ ରହିଥିଲେ ।
ସମୀକ୍ଷା ପରେ ରାଜ୍ୟପାଳ କହିଛନ୍ତି ଯେ, ଜିଲ୍ଲାରେ ପ୍ରଥମ ଦିନରେ ବିଭିନ୍ନ ଅଞ୍ଚଳ ବୁଲିଛି, ମା’ମାନେ ସୁଭଦ୍ରା ଟଙ୍କାକୁ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର ନକରି ଉନ୍ନତି ମୂଳକ କାର୍ଯ୍ୟରେ ଲଗାଇଚଛନ୍ତି ।
ସରକାରୀ ସହାୟତା ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କ୍ ଗୁଡ଼ିକ ସହଯୋଗ କରୁଥିବା କହିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ସୁବିଧା ଉପଲବ୍ଧ କରାଉଛନ୍ତି। ସମୀକ୍ଷା ପରେ ଜିଲ୍ଲାରେ ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ କରାଯାଇଥିବାବେଳେ ଏହି ସବୁ କାର୍ଯ୍ୟର ସ୍ଥିତି ସନ୍ତୋଷ ଜନକ ବୋଲି କହିଛନ୍ତି ରାଜ୍ୟପାଳ । ଏହି ସମୀକ୍ଷା ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।
ସେହିପରି ଗତକାଲି ରାତ୍ରୀରେ ଜିଲ୍ଲାର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀମାନଙ୍କ ସହ ରାଜ୍ୟପାଳ ଏକ ବୈଠକରେ ଯୋଗଦେଇ ଜିଲ୍ଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ। ସ୍ବାସ୍ଥ୍ୟ , ଶିକ୍ଷାର ବିକାଶ ନେଇ ରାଜ୍ୟପାଳଙ୍କ ସହ ବୁଦ୍ଧିଜୀବୀମାନେ ଆଲୋଚନା କରିଥିଲେ। ମହାମହିମ ରାଜ୍ୟପାଳଙ୍କ ଏହି ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମ ବେଳେ ପ୍ରଶାସନ, ବରିଷ୍ଠ ନାଗରିକ ଓ ସାଧାରଣ ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ସ୍ଵାଗତ କରିଥିଲେ।
Governor Of Odisha | Hari Babu Kambhampati | Bhadrak