ରାଜ୍ୟପାଳ ସୁସ୍ଥ ଅଛନ୍ତି

ଭୁବନନେଶ୍ୱର : ରାଜ୍ୟପାଳ ଏସ୍‌ ସି ଜମିର ଗତକାଲି ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଏହା ପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବିଭିନ୍ନ ଚର୍ଚ୍ଚା ଜୋର୍‌ ଧରିଥିଲା। ଶୁକ୍ରବାର ସେ ହସ୍ପିଟାଲ୍‌ରୁ ରାଜଭବନ ଫେରିଥିଲେ। ଏହା ପରେ ରାଜଭବନ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ ସ୍ପଷ୍ଟ କରାଯାଇଥିଲା, ରାଜ୍ୟପାଳ ଆପୋଲୋ ହସ୍ପିଟାଲ୍‌କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିଲେ। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ଅଫିସ୍‌ କାମ ସ୍ୱାଭାବିକ ଭାବେ କରୁଛନ୍ତି। ନିଜେ ରାଜ୍ୟପାଳ ଶ୍ରୀ ଜମିର ସୁସ୍ଥ ଥିବା ନେଇ କହୁଥିବାର ଏକ ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର