ଆଜି ଆସିବେ ରାଜ୍ୟପାଳ

ଭୁବନେଶ୍ୱର : ରାଜ୍ୟପାଳ ସତ୍ୟପାଲ୍‌ ମଲ୍ଲିକ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି। ୨୨ ତାରିଖରେ ରାଜଭବନରେ ହେବାକୁ ଥିବା କୁଳପତିମାନଙ୍କ ବୈଠକରେ ରାଜ୍ୟପାଳ ଅଧ୍ୟକ୍ଷତା କରିବେ। ଏଥିରେ କୁଳପତିମାନଙ୍କ ସମେତ ସଂପୃକ୍ତ ବିଭାଗର ମନ୍ତ୍ରୀ ଓ ସଚିବମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨୫ ତାରିଖ ଯାଏଁ ରାଜ୍ୟପାଳ ଭୁବନେଶ୍ୱରରେ ରହିବେ ବୋଲି ରାଜଭବନ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର