ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣର ମୁଖ୍ୟାଂଶ

ବିନା ବାଧାବିଘ୍ନରେ ଲୋକଙ୍କୁ ସାଧାରଣ ସେବା ଯୋଗାଇଦେବା ‘ମୋ ସରକାର’ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ
ଜନସାଧାରଣଙ୍କ ପରାମର୍ଶ ଆଧାରରେ ପ୍ରଶାସନ ଦିଗରେ ନିରନ୍ତର କାମ କରିବା ସରକାରଙ୍କ ଉଦ୍ଦେଶ୍ୟ
ଟେକ୍ନୋଲୋଜି, ଟ୍ରାନ୍‌ସ୍‌ପାରେନ୍‌ସି, ଟିମ୍‌ଵାର୍କ, ଟାଇମ୍‌ ଓ ଟ୍ରାନ୍‌ସ୍‌ଫରମେସନ୍‌ ପରି ୫’ଟି’ ଆଜି ପ୍ରଶାସନର ମୂଳମନ୍ତ୍ର ପାଲଟିଛି
୨୦୦୦ ମସିହାରୁ ରାଜ୍ୟ ସରକାର ଓଡ଼ିଶାକୁ ଏକ ନୂତନ ଶିଖରରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଛନ୍ତି
ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ଯୁବସମାଜକୁ ପ୍ରେରଣା ଯୋଗାଇବ
ଓଡ଼ିଶା ଭାରତର ଆତ୍ମା, ରାଜ୍ୟର ସମୃଦ୍ଧ ସାଂସ୍କୃତିକ ପରମ୍ପରା ଏବଂ ଇତିହାସରେ ବିବିଧତା ଭରପୂର ହୋଇ ରହିଛି
ଓଡ଼ିଶାର ଐତିହ୍ୟ କ୍ଷେତ୍ରଗୁଡ଼ିକର ସଂରକ୍ଷଣ ଓ ବିକାଶ ସର୍ବାଦୌ ଆବଶ୍ୟକ
ଏଥିପାଇଁ ଓଡ଼ିଶା ମାଟିର ପ୍ରାଣକେନ୍ଦ୍ର ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ଭିତ୍ତିଭୂମିର ବ୍ୟାପକ ପରିବର୍ତ୍ତନ ନିମନ୍ତେ ‘ମୋ ସରକାର’ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି
ଏହାସହିତ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବରେ ମଧ୍ୟ ଭିତ୍ତିଭୂମି ବିକାଶ କାର୍ଯ୍ୟ ଚାଲୁରହିଛି
ନିକଟ ଅତୀତରେ ରାଜ୍ୟର କୃଷକମାନଙ୍କର ଆୟ ଦୁଇଗୁଣରୁ ଅଧିକ ହୋଇଛି, ଏଥିପାଇଁ ଜାତୀୟ ଏଜେଣ୍ଡା ଆଧାରରେ ଆଗୁଆ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି
୨୦୧୮-୧୯ ଆର୍ଥିକ ବର୍ଷରୁ ‘କାଳିଆ’ଯୋଜନା କାର୍ଯ୍ୟକାରୀ କରୁଛନ୍ତି
ଏଥିସହିତ କାଳିଆ ଯୋଜନାରେ ହିତାଧିକାରୀଙ୍କ ପିଲାମାନଙ୍କୁ ବୃତ୍ତିଗତ, ବୈଷୟିକ ଶିକ୍ଷା ନିମନ୍ତେ ‘କାଳିଆ ଛାତ୍ରବୃତ୍ତି’ ବ୍ୟବସ୍ଥା କରାଯାଇଛି
ଆଗାମୀ ବର୍ଷରେ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର ସହ ୨୫ ଲକ୍ଷ ଭୂମିହୀନ କୃଷକ ପରିବାରଙ୍କୁ ‘କାଳିଆ’ ଯୋଜନାରେ ସହାୟତା ଯୋଗାଇ ଦେବାକୁ ଲକ୍ଷ୍ୟଧାର୍ଯ୍ୟ
ସବୁ ଜିଲ୍ଲାରେ କୃଷକଙ୍କ ପାଇଁ ‘ମୋ ସରକାର’ ଡେସ୍କ ସ୍ଥାପନ କରାଯାଇଛି
୧୧ଟି ଜିଲ୍ଲାର ୫୫ଟି ବ୍ଲକ୍‌ରେ ଓଡ଼ିଶା ମିଲେଟ୍‌ ମିସନ ଶୁଭାରମ୍ଭ ହୋଇଛି
୭୨ଟି ବ୍ଲକ୍‌କୁ ସଂପ୍ରସାରଣ ପାଇଁ ଜନଜାତି ଅଞ୍ଚଳର ପ୍ରାୟ ୨୩ ହଜାର ୨୩୬ ହେକ୍ଟର ଜମିରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି
କୃଷି ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟକାରୀ ହୋଇଛି
‘ମୋ ସରକାର’ ବିଲ୍‌ ମେଲିଣ୍ଡା ଗେଟ୍‌ସ୍‌ ପ୍ରତିଷ୍ଠାନ ସହିତ ସହବନ୍ଧିତ ହୋଇ ପ୍ରକ୍ରିୟା ସରଳୀକରଣ, ଫଳପ୍ରସୂ ସମୀକ୍ଷା ଓ ପ୍ରଶାସନିକ କାର୍ଯ୍ୟରେ ସମୟାନୁବର୍ତ୍ତିତା ପାଇଁ ଆଡାପ୍ଟ ଯୋଜନା ଆରମ୍ଭ କରିଛନ୍ତି
ବିନା ବାଧାବିଘ୍ନରେ ଚାଷୀଙ୍କୁ ଋଣ, ସାର, ବିହନ, ଗୋଦାମଘର, ବଜାର ସୁବିଧା, କୃଷି ଯନ୍ତ୍ରପାତି ଉପଲବ୍ଧ କରାଯିବ
ପ୍ରାଥମିକ ସମବାୟ ସମିତିଗୁଡ଼ିକୁ ଏକକ ସମାଧାନ କେନ୍ଦ୍ରରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି
୨୦୨୦-୨୧ରେ ପ୍ରାୟ ୧.୮୪ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ
ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି କୁକୁଡ଼ା ଓ ଅଣ୍ଡା ଉତ୍ପାଦନକୁ ବୃଦ୍ଧି କରାଯାଇଛି
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୩.୨୧ ଲକ୍ଷ ଯୋଗ୍ୟ ପରିବାର ଓ ୩୨୫.୩୮ ଲକ୍ଷ ହିତାଧିକାରୀଙ୍କୁ ଅଗ୍ରାଧିକାରୀ, ପରିବାର ଏବଂ ଅନ୍ତ୍ୟୋଦୟ ଯୋଜନା ହିତାଧିକାରୀଙ୍କ ପରିବାରରେ ସାମିଲ କରାଯାଇଛି
ଏନ୍‌ଏଫ୍‌ଏସ୍‌ଏରୁ ବଞ୍ଚିତ ଗରିବ ଲୋକଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ୨୦୧୮ରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ପ୍ରଣୟନ କରିଛନ୍ତି
ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ସର୍ବାଧିକ ଗୁରୁତ୍ବାରୋପ କରିଛନ୍ତି
ଗ୍ରାମାଞ୍ଚଳରେ ବାସହୀନ ଓ କଚ୍ଚାଘରେ ରହୁଥିବା ସବୁ ପରିବାରକୁ ପର୍ଯ୍ୟାୟ କ୍ରମେ ପକ୍କାଘର ଯୋଗାଇବାକୁ ସଂକଳ୍ପବଦ୍ଧ
୨୦୧୪-୧୫ରୁ ଗରିବଙ୍କ ପାଇଁ ୨୩ ଲକ୍ଷରୁ ଅଧିକ ପକ୍କାଘର ନିର୍ମାଣ କରି ସମଗ୍ର ଦେଶରେ ଅଗ୍ରଣୀ ରହିଛନ୍ତି
୧୯ ଲକ୍ଷ ପରିବାରକୁ କର୍ମନିଯୁକ୍ତି ସୁଯୋଗ ଯୋଗାଇ ଦିଆଯାଇଛି
୨୮,୩୬୪ ଗ୍ରାମୀଣ ଯୁବକଙ୍କୁ ପ୍ରଶିକ୍ଷିତ କରାଯିବା ସହ ଘରୋଇ କ୍ଷେତ୍ରରେ ୨୪,୨୪୭ ଜଣ ଯୁବକଯୁବତୀଙ୍କୁ କର୍ମନିଯୁକ୍ତି ମିଳିଛି
ମ୍ୟାଲେରିଆ ଦ୍ରୁତ ହ୍ରାସ କରିବା ସଫଳତା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଓଡ଼ିଶା ମଡେଲକୁ ବିଶ୍ବରେ ସ୍ବୀକୃତି ମିଳିଛି
ନିରାମୟ ଯୋଜନାରେ ସମସ୍ତ ଜୀବନ ରକ୍ଷାକାରୀ ଔଷଧ ବିନାମୂଲ୍ୟରେ ଉପଲବ୍ଧ କରାଯାଇଛି
ଜନସ୍ବାସ୍ଥ୍ୟ ସୁବିଧାଗୁଡ଼ିକର ଉଲ୍ଲେଖନୀୟ ପରିବର୍ତ୍ତନ ନିମନ୍ତେ ନିର୍ମଳ ନାମକ ଏକ ନୂତନ ଯୋଜନା ଆରମ୍ଭ କରାଯାଇଛି
କ୍ୟାନସର୍‌ ରୋଗର ଚିକିତ୍ସା ନିମନ୍ତେ ମୋ ସରକାର ବିସ୍ତୃତ କ୍ୟାନ୍‌ସର୍‌ ଚିକିତ୍ସା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି
ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ୫୨୩ କୋଟି ଟଙ୍କାର ବ୍ୟବସାୟକୁ ସୁନିଶ୍ଚିତ କରାଯାଇଛି
ବାଳ ଅପରାଧୀମାନଙ୍କ ମାମଲାଗୁଡ଼ିକର ଫଇସଲା ନିମନ୍ତେ ରାଜ୍ୟରେ ୩୦ଟି କିଶୋର ନ୍ୟାୟ ବୋର୍ଡ଼ ଗଠନ କରାଯାଇଛି
ନୀତି ଆୟୋଗର ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ଶିଶୁମାନଙ୍କର ଗେଡ଼ାପଣ ହ୍ରାସ କରିବାରେ ରାୟଗଡ଼ା ଜିଲ୍ଲା ସମଗ୍ର ଦେଶରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି
ମମତା ଯୋଜନାରେ ପ୍ରାୟ ୪୦ ଲକ୍ଷରୁ ଉର୍ଦ୍ଧ୍ବ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ୫ ହଜାର ଟଙ୍କା ଅର୍ଥରାଶି ସିଧାସଳଖ ସେମାନଙ୍କ ଜମାଖାତାକୁ ପ୍ରଦାନ କରାଯାଇଛି
ବରିଷ୍ଠ ନାଗରିକଙ୍କୁ ମାଗଣାରେ ଖାଦ୍ୟ, ପୋଷାକ, ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ଜିଲ୍ଲା ସ୍ତରରେ ଜରାଶ୍ରମ ପ୍ରତିଷ୍ଠା କରାଯାଇଛି
ହସ୍ତଶିଳ୍ପ ବିକାଶ ପାଇଁ ନୂତନ ହସ୍ତଶିଳ୍ପ ନୀତି-୨୦୧୯ ପ୍ରଣୟନ କରାଯାଇଛି
ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ଅଭିବୃଦ୍ଧି ପାଇଁ ଉଦ୍ୟମ ଜାରି ରହିଛି
ପାଇକ ବିଦ୍ରୋହ ସ୍ମାରକୀ ପାଇଁ ବରୁଣେଇରେ ୧୦ ଏକର ଜମି ପ୍ରଦାନ
ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ୯.୬୦ ଏକର ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି
ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଶାସନିକ ସୀମା ହ୍ରାସ କରି ବଲାଙ୍ଗୀରଠାରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଏବଂ ଭବାନୀପାଟଣାଠାରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ନାମରେ ଦୁଇଟି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି
ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ଏଯାବତ୍‌ ୨୩,୮୫୦ କୋଟି ଟଙ୍କା ବ୍ୟୟରେ ୧ ଲକ୍ଷ ୫ ହଜାର ଲାପ୍‌ଟପ୍‌ ମେଧାବୀ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଛି
ଋଣଗ୍ରସ୍ତ ରାଜ୍ୟକୁ ଋଣ ସ୍ଥିରତା ଆଣିବାରେ ମୋ ସରକାର ସଫଳତା ପାଇଛନ୍ତି
୨୦୧୯-୨୦ରେ ବାର୍ଷିକ ବଜେଟ୍‌କୁ ଡିଜିଟାଲ ପ୍ରକ୍ରିୟାରେ ବିକାଶ କରାଯାଇ ବଜେଟ୍‌ ପୁସ୍ତିକା ମୁଦ୍ରଣ ଖର୍ଚ୍ଚ ହ୍ରାସ କରାଯାଇପାରିଛି
ବର୍ଷ ଶେଷରେ ପାଣ୍ଠି ଫେରସ୍ତ ହ୍ରାସ କରିବା ଦିଗରେ ମୋ ସରକାର ଅନ୍ତରାଷ୍ଟ୍ରୀୟ ସର୍ବୋତ୍ତମ ବ୍ୟବସ୍ଥାକୁ ଗ୍ରହଣ କରିଛନ୍ତି
୨୦୨୦-୨୧ ଆର୍ଥିକ ବର୍ଷ ବଜେଟ୍‌ ପ୍ରସ୍ତୁତି ସମୟରେ ବହୁ ବର୍ଷୀୟ ସିଲିଂ ବ୍ୟବସ୍ଥା ରଖିବାକୁ ପ୍ରସ୍ତାବ ରଖାଯାଇଛି
ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ନିୟମାବଳୀ ୨୦୦୨ରେ ମୋ ସରକାର ଆବଶ୍ୟକୀୟ ସଂଶୋଧନ ଆଣିଛନ୍ତି
ନିର୍ମାଣ ଶ୍ରମିକମାନଙ୍କ ସ୍ବାଭାବିକ ମୃତ୍ୟୁ କ୍ଷେତ୍ରରେ ଆର୍ଥିକ ସହାୟତା ରାଶିକୁ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି
‘ଫନି’ରେ କ୍ଷତିଗ୍ରସ୍ତ ପୁରୀ ସହରର ପୁନଃନିର୍ମାଣ କରି ବିଶ୍ବସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି
ପ୍ରାୟ ୨,୩୦୮ କୋଟି ମୂଲ୍ୟର ୧୫ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି, ଆହୁରି ୬ଟି ପ୍ରକଳ୍ପ ପାଇଁ ୯୦୦ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ ହୋଇଛି
୧୦୯ଟି ମୁନିସିପାଲଟି ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳର ୫୭,୫୫୦ ପରିବାରକୁ ମୂଳବାସିନ୍ଦା ଭିତ୍ତିରେ ଜାଗା ଅଧିକାର ପ୍ରମାଣପତ୍ର ପ୍ରଦାନ ପାଇଁ ଭିତ୍ତିଭୂମି କାର୍ଯ୍ୟ ଚାଲିଛି
କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସ୍ବଚ୍ଛସାଥୀ ଓ ପାନୀୟ ଜଳ ପାଇଁ ଜଳସାଥୀ ଯୋଜନା ପ୍ରଣୟନ କରାଯାଇଛି
୪୮ ଘଣ୍ଟା ମଧ୍ୟରେ ୫ କିଲୋଵାଟ୍‌ ପର୍ଯ୍ୟନ୍ତ ନୂତନ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ
ଅନ୍‌ଲାଇନ୍‌ ପୋର୍ଟାଲ୍‌ ମାଧ୍ୟମରେ ବିଦ୍ୟୁତ୍‌ ବିଲ୍‌ ପଇଠ, ରାଜସ୍ବ ଆଦାୟ, ଅଭିଯୋଗ ଶୁଣାଣି ବ୍ୟବସ୍ଥା କରାଯାଇଛି
ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌ ସୁନିଶ୍ଚିତ କରିବା ପାଇଁ ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି
ଗୋ ସ୍ବିଫ୍ଟ୍‌, ଗୋ ସ୍ମାଇଲ୍‌, ଗୋ ପ୍ଲସ୍‌ ଏବଂ ଗୋ କେୟାର୍‌ ଅନ୍‌ଲାଇନ୍‌ ପୋର୍ଟାଲ୍‌ର ବିକାଶ କରାଯାଇପାରିଛିି
ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ମେକ୍‌ ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ
ଅର୍ଥବ୍ୟବସ୍ଥାର ନିରନ୍ତର ଅଭିବୃଦ୍ଧି ଏବଂ ମାନବ ବିକାଶ ପାଇଁ ସ୍କିଲ୍‌-ଇନ୍‌-ଓଡ଼ିଶା କାର୍ଯ୍ୟକ୍ରମ କରାଯାଇଛି
ଟେକ୍‌ ମହିନ୍ଦ୍ରା ସହାୟତାରେ ଭୁବନେଶ୍ବରସ୍ଥିତ କଲେଜ୍‌ ଅଫ୍‌ ଇଞ୍ଜିନିୟରିଂ ଏଣ୍ଡ୍‌ ଟେକ୍ନୋଲଜିଠାରେ ଉଚ୍ଚତର ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇଛି
ଋଷିଆର କାଜାନ୍‌ ସହରରେ ଆୟୋଜିତ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶାର ଛାତ୍ର ଏସ୍‌.ଅଶ୍ବଥ ନାରାୟଣ ଜଳ ପ୍ରଯୁକ୍ତି ବିଦ୍ୟାରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି
ସଡ଼କ ଦୁର୍ଘଟଣାରେ ମୃତାହତ ସଂଖ୍ୟା କମାଇବା ନିମନ୍ତେ ମୋ ସରକାର ବିଭିନ୍ନ ଅଂଶୀଦାରମାନଙ୍କ ସମ୍ପୃକ୍ତିରେ ଏକ ବିସ୍ତୃତ ସଡ଼କ ସୁରକ୍ଷା ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି
୧୯ଟି ବିମାନ ଅବତରଣ ପଡ଼ିଆ ମଧ୍ୟରୁ ୧୨ଟିରେ ରାଜ୍ୟର ମାଲିକାନା ରହିଛି
ସବୁ ଜିଲ୍ଲାରେ ରେଳ ସୁବିଧା ପହଞ୍ଚାଇବାକୁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇଦେବା ସହ ଧାର୍ଯ୍ୟ ସମୟ ଭିତରେ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ ଆର୍ଥିକ ସହଯୋଗିତାର ହାତ ବଢ଼ାଇଛନ୍ତି
୨୦୧୯ ଡିସେମ୍ବର ସୁଦ୍ଧା ଖଣି ରୟାଲଟି ବାବଦରେ ୭,୭୪୭.୬୭ କୋଟି ଟଙ୍କା ସଂଗ୍ରହ ହୋଇଛି, ଯାହା ଗତବର୍ଷ ତୁଳନାରେ ୭% ଅଧିକ
କୋଣାର୍କ ପର୍ଯ୍ୟଟନ ସ୍ଥଳୀକୁ ଆହୁରି ବିଶ୍ବ ଦରବାରରେ ପରିଚିତ କରିବା ପାଇଁ ରାମଚଣ୍ଡିଠାରେ ଦୁଇ ତିନି ରାତି ବିଳାସପୂର୍ଣ୍ଣ ରହଣି ପାଇଁ ୫୦ଟି ମନୋରମ କଟେଜ୍‌ ସୁବିଧା ଉପଲବ୍ଧ କରାଯାଇଛି
କଟେଜ୍‌ ସୁବିଧା ସହିତ ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ ଆରମ୍ଭ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛନ୍ତି
ସରକାର ପର୍ଯ୍ୟଟକଙ୍କ ପାଇଁ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌, ଗୋପାଳପୁର ଏବଂ ତଳସାରି-ଉଦୟପୁରରେ ବିଶ୍ବସ୍ତରୀୟ ହୋଟେଲ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି
ସବୁ ତହସିଲରେ ଅନ୍‌ଲାଇନ୍‌ ଦାଖଲ-ଖାରଜ ମାମଲା ଦାୟର କରିବାକୁ ବ୍ୟବସ୍ଥା କରାଯାଇଛି, ସ୍ବଳ୍ପ ସମୟ ଭିତରେ ଫଇସଲା ପାଇଁ ବି ବ୍ୟବସ୍ଥା ହୋଇଛି
ଘୂର୍ଣ୍ଣଝଡ଼କୁ କେବଳ ମୁକାବିଲା ନ କରି ମୋ ସରକାର ଆଦୌ ଧନଜୀବନ ହାନି ନ ହେବାକୁ ନିଜ ବିପର୍ଯ୍ୟୟ ନୀତିରେ ସର୍ବାଧିକ ଗୁରୁତ୍ବ ଆରୋପ କରୁଛି
ବିଭିନ୍ନ ମାମଲା ତ୍ବରିତ୍‌ ଫଇସଲା ପାଇଁ ମୋ ସରକାର ୬ଟି କୋର୍ଟ ପ୍ରତିଷ୍ଠା କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି
ରାଜ୍ୟରେ ଆଇନଶୃଙ୍ଖଳା ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରହିଛି
ଅପରେସନ୍‌ ପରୀ-୩ ଅଭିଯାନ ଯୋଗୁଁ ରାଜ୍ୟ ଭିତରେ ୨୫୮୯ ଜଣ ବାଳକ ଓ ୫୧୬ ଜଣ ବାଳିକାଙ୍କୁ ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇଛି
ରାଜ୍ୟ ବାହାରୁ ୬୧ ଜଣ ବାଳକ ଓ ୨୨ ବାଳିକାଙ୍କୁ ଉଦ୍ଧାର କରାଯାଇଛି
ଶାସନରେ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ମୋ ସରକାର କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ନଥିପତ୍ର ସଂସ୍ଥା ଅଧୀନରେ ଏକ
ରାଜ୍ୟସ୍ତରୀୟ ଉଦଘୋଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି
ମୋ ସରକାର ରାଜ୍ୟର ପ୍ରତ୍ୟେକ ଅଞ୍ଚଳର ବିକାଶ ଏବଂ ପ୍ରତ୍ୟେକ ବର୍ଗର ଜନସାଧାରଣଙ୍କୁ ସଶକ୍ତ କରିବା ନିମନ୍ତେ ଦୃଢ଼ ପ୍ରତିଶ୍ରୁତିବଦ୍ଧ

ସମ୍ବନ୍ଧିତ ଖବର